ରାଜଯୋଗ ଦ୍ୱାରା ସୁଖମୟ ଜୀବନପ୍ରାପ୍ତି କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଲକ୍ଷ୍ମୀ ବଜାର ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବନ୍ତ ଓ ଆଗରପଡାର ମିଳିତ ଆୟୋଜନରେ ରାଜଯୋଗ ଦ୍ୱାରା ସୁଖମୟ ଜୀବନପ୍ରାପ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗରପଡା ଉପାସନା କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ସାରଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ରାଜଯୋଗିନୀ ବ୍ରହ୍ମାକୁମାରୀ ଅସ୍ମିତା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ତଥା ବିଶିଷ୍ଟ ନାଟ୍ୟକାର ଡଃ.ସୁଧାଂଶୁ ଶେଖର ନାୟକ, ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ବନ୍ତ ସରପଞ୍ଚ ମାନସୀରାଣୀ ରାଉତ, କଳ୍ପନା ପଣ୍ଡା ଯୋଗ ଦେଇଥିଲେ । ସମସ୍ତଙ୍କ ଆତ୍ମାର ମିଳନରେ ପରମାତ୍ମା ପ୍ରାପ୍ତି ହୋଇଥାଏ । ଆମେ ଧନ ଯୌବନ ପାଇଁ ପରମାତ୍ମାଙ୍କୁ ଡାକୁଛନ୍ତି । ମାତ୍ର ସେ ଆମ ହୃଦୟରେ ଅଛନ୍ତି ବୋଲି ବକ୍ତା ମାନେ କହିଥିଲେ । ଭଦ୍ରକ ଆଶ୍ରମର ରାଜଯୋଗିନୀ ମଞ୍ଜୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । ବ୍ରହ୍ମାକୁମାର ଜୟନ୍ତଙ୍କ ମଞ୍ଚ ପରିଚାଳନାରେ ବ୍ରହ୍ମାକୁମାର ବଳରାମ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୀର୍ତ୍ତନ, ବିଜ୍ରୟ, ବିଷ୍ଣୁ, ବ୍ରଜ, ପ୍ରତାପ, ନରେନ୍ଦ୍ର, ବଳରାମ,ଲୀନା, ପିଙ୍କି, ତପସ୍ୱିନୀ, ଝୁନୁ, ପିତାମ୍ବର ସହଯୋଗ କରିଥିଲେ । ପ୍ରିୟଦର୍ଶନୀ ଭଉଣୀଙ୍କ ଦ୍ୱାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରାଯାଇଥିଲା ।