ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ନିଖିଳ ଓଡିଶା ଆଇନଜୀବି ମହାସଂଘ ଡାକରା କ୍ରମେ ସୋମବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଆଡଭୋକେଟ ଜେନେରାଲଙ୍କ ଓକିଲ ମାରଣ ନୀତି ଯୋଗୁଁ ତୁରନ୍ତ ତାଙ୍କୁ ବହିଷ୍କାର କରିବା, ବ୍ରହ୍ମପୁର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା, ଦିଗପହଣ୍ଡିରେ ସବଜଜ୍ କୋର୍ଟ ସ୍ଥାପନ କରିବା, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି ଚିକିଟି ଏବଂ ପାତ୍ରପୁର ବ୍ଲକକୁ ନେଇ ଦିଗପହଣ୍ଡି ସବ୍ ଡିଭିଜନ ଗଠନ କରିବା ଦାବୀକରି ଏହି ସତ୍ଯାଗ୍ରହ କରାଯାଇଥିଲା। ଏପରିକି ରାଜ୍ୟ ଓକିଲଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ସତ୍ଯପାଠକୁ ଗ୍ରହଣ କରି ଓକିଲ ସମାଜକୁ ନାଲିଆଖି ଦେଖାଇବା ପରିବର୍ତ୍ତେ ସର୍ବୋଚ୍ଚ ନ୍ୟାୟାଳୟ ନିଜେ ଏହାର ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।ଓକିଲ ସଂଘ ସଭାପତି ଏ. ସୋମେଶ୍ବର ରାଓଙ୍କ ନେତୃତ୍ବରେ ସଦସ୍ୟ ମାନେ ଦିଗପହଣ୍ଡି  କୋର୍ଟ ମୂଖ୍ଯ ଫାଟକ ନିକଟରେ ଦିନତମାମ ଧାରଣାରେ ବସି ରହିଥିଲେ ମଧ୍ୟ କୋର୍ଟ କାର୍ଯ୍ଯରେ କୌଣସି ପ୍ରକାର ବ୍ଯାଘାତ ସୃଷ୍ଟି ହୋଇନଥିଲା ।ଏହି ସତ୍ଯାଗ୍ରହରେ ସମ୍ପାଦକ ପ୍ରହଲ୍ଲାଦ ପ୍ରଧାନ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ରସାନନ୍ଦ ରାଉତ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ପ୍ରଭାକର ରାଉତ, ଚନ୍ଦ୍ରଧ୍ବଜ ସିଂହ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରତ୍ନାକର ମେକାପ, ପରେଶ ଚନ୍ଦ୍ର ରଥ, ରଞ୍ଜନ କୁମାର ବେହେରା, ହରପ୍ରସାଦ ରଥ, ଅଶେଷ ନାଥ ମିଶ୍ର, ସନ୍ତୋଷ କୁମାର ସାହୁ, ସଞ୍ଜୟ କୁମାର ପଣ୍ଡା, ପ୍ରଦୀପ ନାୟକ, ମନୋଜ କୁମାର ପଣ୍ଡା, ହେମନ୍ତ କୁମାର ପାଣିଗ୍ରାହୀ, କୁରେଶୁ ପଣ୍ଡା, ବିଜୟ କୁମାର ପ୍ରଧାନ, କିଶୋର ଚନ୍ଦ୍ର ଗୌଡ, ସିମାଞ୍ଚଳ ପ୍ରଧାନ, ଇପିଲି. ଅର୍ଜୁନ, ପ୍ରିୟରଞ୍ଜନ ପଟ୍ଟନାୟକ, ରବିଚନ୍ଦ୍ର ଗୌଡ, ଟୁକୁନା ପ୍ରଧାନ, ଜୟକୃଷ୍ଣ ମହାପାତ୍ର ପ୍ରମୁଖ ବହୁ ଆଇନଜୀବି ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ