ନୋଳିଆନୁଆଗାଁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ୱାରା ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ନୋଳିଆନୁଆଗାଁ ଠାରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ କର୍ମୀ ସଞ୍ଜୟ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ ଉଦଘାଟନ କରିଥିବା ବେଳେ ଯୁବନେତା ବାପି ଦାସ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ 8 ଟି ଦଳ ଅଂଶ ଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ ଶ୍ରୀ ରାମେଶ୍ୱର ଟିମ୍ ଓ ଶ୍ରୀ ହନୁମାନ ଟିମ୍ ମଧ୍ୟରେ ଖେଳାଯାଇଥିଲା l ଶେଷରେ ଶ୍ରୀ ହନୁମାନ ଟିମ୍ କୁ ହରାଇ ଶ୍ରୀ ରାମେଶ୍ୱର ଟିମ୍ ବିଜୟ ହାସଲ କରିଛି l ଏହି ମିନି ଭଳିବଲ୍ ଟୁର୍ଣ୍ଣାମେଣ୍ଟ ରେ ସୁପ୍ରଭାଇଜର ପୂର୍ଣ୍ଣଚନ୍ଦ୍ର ବେହେରା, ରଂଜନ କୁମାର ରାଉଳ ,ଏ. କlମେସୁ ,ଶିବ ପ୍ରସାଦ ବ୍ରହ୍ମା , ଏ.ସନ୍ୟାସୀ , ନୋଳିଆନୁଆଗାଁ ଗ୍ରାମବାସୀ , ବୁଦ୍ଧିଜୀବୀ ,ଯୁବଗୋଷ୍ଠୀ ସହଯୋଗ କରିଥିଲେ l


