ଗଧିଆ ଆକ୍ରମଣ ଯୋଗୁଁ ଲୋକେ ଆତଙ୍କିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ନିମାପଡ଼ା ଅରିଷଣ୍ଢ ପଞ୍ଚାୟତ ରେ ଗଧିଆ ଆତଙ୍କ ଦେଖାଦେଇଛି ।ଏକାଧିକ ଗଧିଆ ଜନବସତି ଭିତରକୁ ପଶି ଆସି ଛେଳି, ମେଣ୍ଢା, କୁକୁଡ଼ା ଆଦି ଗୋରୁ ଗାଈ ଙ୍କୁ ଆକ୍ରମଣ କରୁଛନ୍ତି। କେତେକ ଲୋକଙ୍କୁ ଗୋଡ଼ାଇବାକୁ ମଧ୍ଯ ଗଧିଆମାନେ ପଛାଉନାହାନ୍ତି। ଲୋକମାନେ ଭୟ ରେ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀ ମାନେ ଏ ସମ୍ପର୍କ ରେ ବନବିଭାଗ କୁ ବାରମ୍ବାର ଜଣାଉଥିଲେ ମଧ୍ୟ ବନବିଭାଗ ଲୋକଙ୍କ ଅଭିଯୋଗ ଶୁଣୁନାହିଁ ।ବିଶେଷ କରି ରାତ୍ର ସମୟରେ ଗଧିଆ ମାନେ ଆତଙ୍କ ସୃଷ୍ଟି କରୁଛନ୍ତି।ଲୋକମାନେ ଜୀବନ ଭୟରେ ରାତ୍ର ସମୟରେ ବାହାରକୁ ବାହାରି ପାରୁନାହାନ୍ତି। ବନ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ