ହରିଦାସପୁରରେ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ହରିଦାସପୁର ଠାରେ ଏକ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ତାଳସଙ୍ଗା କ୍ରିକେଟ କ୍ଲବ ହରିଦାସପୁର କ୍ଲବକୁ ହରାଇ ବିଜୟୀ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁରାରୀ ମୋହନ ରଥ ଯୋଗଦେଇ ବିଜୟୀ ଟିମକୁ ପୁରସ୍କୃତ କରିଥିଲେ । କ୍ୟାପଟେନ ସାତ୍ୱିକ ପରିଡା, ମୃତ୍ୟୁଞ୍ଜୟ ମହାନ୍ତି, ଆଲୋକ ଦାସ, ପ୍ରିନ୍ସ ଦାସ, ବୈଜୟନ୍ତ ପରିଡା, ଆୟଷ ପରିଡା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।