ବନ୍ଧୁ ମିଳନ ନାମରେ କଂଗ୍ରେସର କର୍ମୀ ସମ୍ମିଳନୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଦୀର୍ଘଦିନର ନୀରବତା ପରେ ଆଗାମି ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଏକ ବନ୍ଧୁ ମିଳନ ମାଧ୍ୟମରେ କଂଗ୍ରେସ ପକ୍ଷରୁ ଆଜି ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକର ମଠ ଠାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ କଂଗ୍ରେସ ନେତା ମନୋଜ ଜେନା, ହାଡିବନ୍ଧୁ ଖୁଣ୍ଟିଆ, ମାନସ ଜେନା, ଚଣ୍ଡୀ ପାଣିଗ୍ରାହୀ, ପ୍ରଦୀପ ବେହେରା ପ୍ରମୁଖ ଯୋଗଦେଇ କଂଗ୍ରେସକୁ ତୃଣମୁଳ ସ୍ତରରେ ସୁଦୃଢ଼ କରିବାପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିପାଇଁ ଆଗାମି ଦିନରେ ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇ କର୍ମକତ୍ତା ମାନଙ୍କୁ ସମସ୍ତ ଦାୟିତ୍ୱ ଅର୍ପଣ କରାଯିବାକୁ ନିଷ୍ପତି ହୋଇଥିଲା । ବିଶେଷକରି ଆନନ୍ଦପୁର ବ୍ଲକ ଓ ହାଟଡିହି ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଆବାସ ଯୋଜନାରେ ପ୍ରୀୟାପ୍ରିତି ତୋଷଣ କରାଯାଇ କଂଗ୍ରେସ ସମର୍ଥକ ମାନଙ୍କୁ ବାସଗୃହ ଯୋଜନାରୁ ବଞ୍ଚିତ କରାଯାଉଥିବାରୁ ଏହା ବିରୁଦ୍ଧରେ କଂଗ୍ରେସ କର୍ମୀମାନେ ସ୍ୱର ଉତ୍ତୋଳନ କରିବାକୁ ନିଷ୍ପତି ନେଇଥିଲେ । ଏହି ଅବସରରେ କଂଗ୍ରେସ କର୍ମୀମାନେ ନିଜ ନିଜ ପଞ୍ଚାୟତର ସ୍ଥିତି ସମ୍ପର୍କରେ ମଧ୍ୟ ବକ୍ତବ୍ୟ ରଖିଥିଲେ । କଂଗ୍ରେସ କର୍ମମୀମାନଙ୍କୁ ଏକଯୁଟ କରାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ କଂଗ୍ରେସ ନେତା ମନୋଜ ଜେନା ନିଜର ଆଭିମୁଖ୍ୟ ରଖିଥିଲେ । ସତ୍ୟବ୍ରତ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ବୁଲୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜୟଶ୍ରୀ ଦେବତା, ମାନସ କୁମାର ନାୟକ, ଚିନୁ ନାୟକ, ବିଷ୍ଣୁପ୍ରସାଦ ସାହୁ, ମୁରଲୀ ବେହେରା, ସନେ୍‌ାଷ ମହାନ୍ତ, ବୁଦ୍ଧଦେବ ଜେନା, ଧନେଶ୍ୱର ହେମ୍ରମ, ସୁଲୁକି ବାଗରାଇ, ବିନ ବାଗରାଇ, ବିଶ୍ୱଜିତ ନାୟକ, ସୁରେଶ ଜେନା, ପ୍ରଶାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିôତବାବେଳେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ୫ଶହରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ । କେନାଲ ନିର୍ମାଣ ନାମରେ ମାଟିବୋହି ପିଚୁ ରାସ୍ତା କୁ ମାଟି ରାସ୍ତାରେ ପରିଣତ କରିଦେଲା ଠିକାସଂସ୍ଥା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ