ପ୍ରଶାସନିକ ଅବହେଳାରୁ ଆଖିବୁଜିଲା, ଅପପୃଷ୍ଟିର ଶୀକାର ୩ମାସର ଶିଶୁର ମୃତ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଶାଳଣିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ଶିଶୁ ବିକ୍ରୀ ଉଦ୍ୟମ ଘଟଣାରେ ପ୍ରଶାସନିକ ଅବହେଳା ଯୋଗୁଁ ତିନିମାସର ଶିଶୁକନ୍ୟାଟି ଅପପୃଷ୍ଟିର ଶୀକାର ହୋଇ ମୃତ୍ୟୁବରଣ କରିଥିବା ୍ରଭିଯୋଗ ହୋଇଛି । ପ୍ରଶାସନ ସେମାନଙ୍କ ସମସ୍ତ ଦାୟିତ୍ୱ ନେବ ବୋଲି ପ୍ରତିଶୃତି ଦେଇଥିଲେବି ଅପପୃଷ୍ଟିର ଶୀକାର ହୋଇଥିବା ଶିଶୁକନ୍ୟାଟି ଦୁଇଦିନ ହେଲା ଝାଡାରୋଗରେ ପଡିଥିଲା । ତାର ମା ତାକୁ ଶାଳଣିଆଁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିବାବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଗତକାଲି ବିଳମ୍ବିତ ରାତିରେ ଶିଶୁଟିର ମୃତ୍ୟୁ ଘଟିଛି । ସୁଚନାରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମନୋହରପୁର ଗ୍ରାମର ମମତା ଦାସଙ୍କର ସ୍ୱାମୀ ଓ ଶାଶୁ ଗତ ୭ମାସ ତଳେ ମୃତ୍ୟୁବରଣ କରିଥିଲେ । ତାର ୪ଟି ଛୋଟ ଛୋଟ ଛୁଆ ଥିବାବେଳେ ଅଭାବ ଅନାଟନ ଭିତରେ ବଜାର ଘାଟ ବୁଲି ଯାହା ପଅ।।ନ୍ତି ସେଇଥିଣେ ଚଳନ୍ତି । ଓଳିଏ ଖାଇଲେ ଓଳିଏ ଉପାସରେ ଦିନ କଟେ । ଏପରିକି ଘରଦ୍ୱାର ନଥିବାରୁ ସେମାନେ ପର ବାରଣ୍ଡାରେ ମୁଣ୍ଡଗୁଞ୍ଜି ଥାନ୍ତି । ଏପରିକି ସରକାରଙ୍କ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅଭାବ ଅନାଟନରେ ପଡି ସେ ତାଙ୍କର ଏକ ତିନିମାସର ଶିଶୁକନ୍ୟାକୁ ବିକିବାକୁ ବସିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇବା ସହ ପ୍ରଶାସନିକ ଅଧିକାରୀମାନେ ମମତାର ଘରକୁ ଯାଇ ଚାଉଳ, ପଲିଥିନି ଓ ଚଳିବାପାଇଁ କିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିବା ସହିତ ତାର ସେହି ତିନିମାସର ଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପଥିବା ଦେଖି ତାକୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଡାକ୍ତରଖାନା ପକ୍ଷରୁ ଶିଶୁଟିକୁ ଭିଟାମିନି ମେଡିସିନ ଦେଇ ବିଦା କରିଦିଆଯାଇଥିଲା । କିନ୍ତୁ ଶିଶୁଟି ପାଇଁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାବେଳେ ପ୍ରଶାସନ ପକ୍ଷରୁ ଏନେଇ ସେପରି କୌଣସି ପଦକ୍ଷେପ ନିଆଯାଇ ନଥିଲା । ଶିଶୁଟିର ମା ଶିଶୁ ମାନଙ୍କର ଯତ୍ନ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଜାଣି ମଧ୍ୟ ପ୍ରଶାସନ ନୀରବ ରହିଥିଲା । ଏପରିକି ଗାଁ ଠାରୁ ମାତ୍ର କେଇ ଶହ ମିଟର ଦୁରରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଡାକ୍ତରଖାନା ଥିଲେ ଶିଶୁଟିର ଉପଯୁକ୍ତ ଚିକିତ୍ସା ପାଇଁ କେହି ପଦକ୍ଷେପ ନେଇନଥିଲେ । ଫଳରେ ଗତକାଲି ବିଳମ୍ବିତ ରାତିରେ ସେହି ତିନିମାସର ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି । ସେହିପରି ମମତାର ୧୦ବର୍ଷର ଏକ ପୁଅ ଥିଲେବି ସେ ଏବେବି ବାଳଶ୍ରମିକ ଭାବେ ଅନ୍ୟ ପାଖରେ ରହି ଘୁସୁରୀ ଚରାଉଛି । ପ୍ରଶାସନ କି ଚାଇଲଡ ଲାଇନ କର୍ତ୍ତୁପକ୍ଷ ଏହି ବାଳ ଶ୍ରମିକକୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନନେବା ପ୍ରଶାସନିକ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ