ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘର ମହାସମାବେଶ ଡ଼ାକରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘର ଗତ ୨୭ ତାରିଖରୁ ବିଶାଳ ରାଲି ପରେ ୩ଦିନ ହେଲା ହଜାର ହଜାର ଶିକ୍ଷକ ଶିକ୍ଷିୟିତ୍ରୀ ରାଜରାସ୍ତାରେ ଅହୋରାତ୍ର ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବାରୁ ରାଜ୍ୟ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କ ସର୍ବଶିକ୍ଷା ଅଭିଯାନରେ ହୋଇଥିବା ଡ଼େପୁଟେସନକୁ ବାତିଲ କରିବା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବା, ୦୧.୦୩.୨୦୨୦ ମସିହାରୁ ସମସ୍ତଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହ ନିୟମିତ ଭାବେ ନିଯୁକ୍ତି ଦିନଠାରୁ କ୍ୟାଡ଼ରଭୁକ୍ତ ଶିକ୍ଷକର ମାନ୍ୟତା ଦେବା ଇତ୍ୟାଦି ୮ ଦାଫା ଦାବି ପୂରଣ ହୋଇନଥିବାରୁ ଶୁକ୍ରବାର ଦିନ ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ମହାସମାବେଶରେ ଯୋଗଦେବା ସହ ନବୀନ ନିବାସ ଘେରାଉ କରିବେ ବୋଲି ମହାସଂଘର ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି । ଦୀର୍ଘଦିନ ହେଲା ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ମହାସଂଘ ଆଲୋଚନା କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ରାଜ୍ୟ ମହସଂଘ ଏହି ଐତିହାସିକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି । ମହାସଚିବ ହାନେଶ ପାତ୍ର ବାଗ, ବିଜୟ ମିଶ୍ର, ଜୟନ୍ତୀଲାଲ ସାହୁ, ଅଲେଖ ସାହୁ, ରାଜୀବ ଲୋଚନ ପ୍ରଧାନ ଓ ରଞ୍ଜୁ ଅମାତ ପ୍ରମୁଖ ଉକ୍ତ ରାଲିର ନେତୃତ୍ୱ ନେଉଛନ୍ତି ଏବଂ ମହାସଂଘର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ