ସ୍ବର୍ଗତ ଦୈତାରି ବେହେରାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ:ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୁବଳୟା ଠାରେ ପୂର୍ବତନ ବିଧାୟକ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଦୈତାରି ବେହେରାଙ୍କ ତୃତୀୟ ବାର୍ଷିକୀ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ସିଏଚ ସୁଧାକରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା,ଲିଙ୍ଗରାଜ ସାହୁ,ପୂର୍ବତନ ସରପଞ୍ଚ କେଦାର ନାଥ ସ୍ବାଇଁ,ନାଏବ ସରପଞ୍ଚ ରାକେଶ କୁମାର ସାହୁ,ତାଙ୍କ ଜ୍ୟେଷ୍ଠ ପୁତ୍ର ପରମେଶ୍ୱର ବେହେରା ଯୋଗଦେଇ ଅଂଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ ସ୍ବର୍ଗତ ବେହେରାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଯାଇଛି ।ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼.ଜଗଦୀଶ ଚନ୍ଦ୍ର ପାଲ,ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡ଼.ଅନିତା ମିଶ୍ର,ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଡ଼.ସନ୍ତୋଶି ନାହାକ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ଏନ. ଦୀନବନ୍ଧୁ ପାତ୍ର ,ଇଂରାଜୀ ଅଧ୍ୟାପକ ଡ଼.ଗଜେନ୍ଦ୍ର କୁମାର ସେଠୀ,ଇତିହାସ ଅଧ୍ୟାପକ ଡ଼.ବସନ୍ତ କୁମାର ନାୟକ,ଅର୍ଥନୀତି ଅଧ୍ୟାପକ ଡ଼.ରବୀନ୍ଦ୍ର ନାଥ ଜେନା,ପ୍ରହ୍ଲାଦ ସାହୁ ,ଅଭିମନ୍ୟୁ ସାହୁ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


