ଗଂଜାମ ମହାବିଦ୍ୟାଳୟ ର ଜାତୀୟ ସେବା ଶିବିର ଉଦଯାପିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସାତଦିନିଆ ଶୀତକାଳୀନ ସ୍ଵତନ୍ତ୍ର ଶିବିରର ଉଦ୍ ଯାପନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ହୁମା ଗ୍ରାମ ପଞ୍ଚାୟତର ସରପଞ୍ଚ ଜାନକୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ଅତିଥି ରୂପେ ଯୋଗଦେଇ ନିଜ ଅଭିଭାଷଣରେ ମୁଗ୍ଧ କରିଥିଲେ ସ୍ବେଚ୍ଚାସେବୀଙ୍କୁ। ବୋରିଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଦିବସରେ କୋରନା BF-7ର ଭୟାବହତା ବିଷୟରେ ଲୋକଙ୍କୁ ସଚେତନତାର ବାର୍ତ୍ତାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ମାସ୍କ ବଣ୍ଟନ କରିଥିଲେ । ଦ୍ଵିତୀୟ ଦିବସରେ ସ୍ୱଚ୍ଛ ଭାରତ ନାରା ଦେଇ ବୋରିଗାଁ ସଫେଇ କାର୍ଯ୍ୟକରି ପରିବେଶ ସଫା ରଖିବାକୁ ଜନସଚେତନତା ସୃଷ୍ଟି କରିଥିଲେ। ତୃତୀୟ ଦିବସରେ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ କରି ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ମାନସରେ ଜାଗରଣ ସୃଷ୍ଟି କରିଥିଲେ। ଶିବିରର ଚତୁର୍ଥ ଦିବସରେ ପୋଷ୍ୟ ଗାଁର ସାମାଜିକ ଅର୍ଥନୈତିକ ସର୍ଭେ କରିଥିଲେ। ପଞ୍ଚମ ଦିବସରେ ଶିଶୁ କନ୍ୟା ଶିଶୁକନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଏକ ରାଲୀରେ ଶିଶୁ କନ୍ୟା ଅଟେ ଆମରି ରତ୍ନ, ବଡ ହେଲେ ନିଏ ଆମର ଯତ୍ନ, କନ୍ୟା ଆଣେ ଘରେ ସୁଖ ସମୃଦ୍ଧ, କନ୍ୟା ଭ୍ରୁଣ ହତ୍ୟାକୁ କର ବିରୋଧ, ଝିଅ ନୁହଁଇ ଘରର ଭାର, ସେ ହିଁ ସୃଷ୍ଟିର ଆଧାର, ଝିଅ ଅଟଇ ଘରର ଶିରୀ, ଭ୍ରୁଣ ବେଳୁ ତାକୁ ନଦିଅ ମାରି ଏଭଳି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିପାରିଥିଲେ। ଷଷ୍ଠ ଦିବସରେ ସ୍ବାସ୍ଥ୍ୟ ସଫାସୁତରା କିପରି ରଖିବା ଉଚିତ୍ ଜନସଚତନତା ସୃଷ୍ଟି କରିଥିଲେ।ସପ୍ତମ ଦିବସରେ ସାତ ଦିନର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପଠନ ପୂର୍ବକ ଦାଦନଶ୍ରମିକ ନାଟକ ମଞ୍ଚାଭିନୟ ହୋଇଥିଲା, ଯେଉଁଥିର ନିର୍ଦ୍ଦେଶକ ଓ କାହାଣୀକାର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡ଼ଃ ସୁଶାନ୍ତ କୁମାର ସେଠୀ ଏବଂ ମଞ୍ଚ ପରିଚାଳନା ରଞ୍ଜିତା ସାହୁ କରିଥିଲା ବେଳେ ଲକ୍ଷ୍ମୀ ବିଶୋଇ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲା। ଡ଼ଃ ସୁଶାନ୍ତ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ନାଟକରେ ଅଭିନୟ କରିଥିବା ସ୍ବେଚ୍ଚାସେବୀମାନେ ସୁଧାଙ୍ଗିନି ନାହାକ, ମହାପ୍ରସାଦ ମହାପାତ୍ର, କାହ୍ନା ବେହେରା, ଶୋଭାରାଣୀ ବେହେରା, ଶାଶ୍ଵତ ମଣ୍ଡଳ, ଇତିଶ୍ରୀ ସାହୁ , ଜ୍ୟୋତି ରଞ୍ଜନ ପ୍ରଧାନ, ଜ୍ୟୋତିର୍ମୟୀ ରାଉଳ, ଉଷାଶ୍ରୀ ସେଠୀ, ଯସ୍ମିନନୀ ସାହୁ, ପି. ଲକ୍ଷ୍ମୀ ରେଡ୍ଡୀ, ପ୍ରିୟଦର୍ଶିନୀ ବେହେରା, ହିତେଶ ମହାରଣା, ବଳିଆ ମୁଦୁଲି, ଗୁଡୁଲି ବିଶ୍ଵାଳ, କରିଶ୍ମା ପଲେଇ ଯୋଗଦେଇ ସାଫଲ୍ୟମଣ୍ଡିତ କରିଥିଲେ। ପରିଶେଷରେ ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲା।


