ତିନି ଦିନ ରେ ପହଞ୍ଚିଲା ନିମାପଡ଼ା ବ୍ଲକ ସମ୍ମୁଖରେ ବିଜେପି ର ଧାରଣା
ନିମାପଡ଼ା, (ସନ୍ତୋଷ ଦାଶ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନିୟମିତତା ଓ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ପ୍ରକ୍ରିୟା କୁ ବିରୋଧ କରି ବିଜେପି ପକ୍ଷରୁ ଆୟୋଜିତ ନିମାପଡ଼ା ବ୍ଲକ ସମ୍ମୁଖରେ ଧାରଣା ଆଜି ତୃତୀୟ ଦିନ ରେ ପହଂଚିଛି । ବଳଙ୍ଗା ମଣ୍ଡଳ ସଭାପତି ଶ୍ରୀ ପ୍ରସନ୍ନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣା ରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଆଜି ଯୋଗ ଦେଇଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସୁଥିବାବେଳେ ନିମାପଡା ର ଗରିବ ଲୋକମାନେ କାହିଁକି ଏଥିରୁ ବଞ୍ଚିତ ହେଉଛନ୍ତି ଏହାର ଉତ୍ତର ବ୍ଲକ ପ୍ରଶାସନ କୁ ଦେବାକୁ ପଡିବ ବୋଲି ଜିଲ୍ଳା ବିଜେପି ସଭାପତି ଶ୍ରୀ ପଟ୍ଟନାୟକ କହିଥିବା ବେଳେ ହିତାଧିକାରୀ ଚୟନ ରେ ପକ୍ଷପାତିତା ବନ୍ଦ ନ ହେଲେ ଆନ୍ଦୋଳନ ଆଇନ ଅମାନ୍ୟ ରେ ପରିଣତ ହେବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଥିଲେ । ଏହି ସତ୍ୟାଗ୍ରହ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା,ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ବିଜୟ କୁମାର ପଣ୍ଡା, ବାସୁଦେବ ବେହେରା, କୋଟକୁସାଙ୍ଗ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବିଶ୍ୱାଳ, ଗଡ଼ପଦନପୁର ସରପଞ୍ଚ ରାକେଶ ବାରିକ ,ଅର୍ଜୁନ ବରାଳ, ଗଙ୍ଗାଧର ଜେନା, ରବୀନ୍ଦ୍ର ସାହୁ, ସୂର୍ଣ୍ଣ ପ୍ରଭା ମାଝୀ, କଳ୍ପନା ଜେନା,ପ୍ରଭାତ ବିଶ୍ୱାଳ, ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ଵାଇଁ, ଜଚିନ୍ଦ୍ର ସ୍ଵାଇଁ ,କାଉନସିଲର ନିରଞ୍ଜନ ନାୟକ, ସନ୍ତୋଷ ପରିଡା,ଦିଲ୍ଲୀପ ପରିଡା, ପ୍ରମୁଖ ଯୋଗ ଦେଇ ଧାରଣା କୁ ପରିଚାଳନା କରିବା ସହିତ ବ୍ଲକ ପ୍ରଶାସନ ର ଏତାଦୃଶ ଆଭିମୁଖ୍ୟ କୁ କଡା ସମାଲୋଚନା କରିଥିଲେ ।