ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ରାଜାଧିରାଜ ବେଶ

ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତି ରାଜାଧିରାଜ ବେଶ (ସୁନାବେଶ)ରେ ଭକ୍ତମାନଙ୍କୁ ପୁଷ ପୂର୍ଣ୍ଣମୀ ଅବସରରେ ଦର୍ଶନ ଦିଅନ୍ତି ।ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିରହିଥାଏ ।ଚନ୍ଦନଲାଗି ପରେ ଭୋଗମଣ୍ଡପ ଘର ଆଗରେ ଧୋ-ପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ଯୋଗାଣିଆ ସେବକ ନୂଆ ହାଣ୍ଡିରେ ରୋଷ କୂଅରୁ ପାଣିଆଣି ପରଖ ମାନଙ୍କରେ ରଖିଥାନ୍ତି । ୮୭ ଗରା ଜଳ ଏବଂ ୨୧ ଗରା ଘିଅ ୪ ପନ୍ତିକରି ଚାନ୍ଦୁଆ ତଳେ ରଖାଯାଇଥାଏ। ଦେଉଳ ପୁରୋହିତ ଗରାବଡୁ ମୁଦ ଦେବାପରେ ଭିତରେ ପାଣିପଡି ବଡସିଂହାର ଭୋଗ ହୋଇଥାଏ । କୋଠ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ପାହାଡା ପଡି ଅଧିବାସ ଦର୍ପଣ ଓ ମହାପ୍ରଭୁଙ୍କ ସମ୍ମୁଖରେ ଫୁଲ, ଚନ୍ଦନ ରଖି ପୁରୋହିତ ଅଧିବାସ କରାଇଥାନ୍ତି ।ଭଦ୍ରାସନ ଚାରିପଟେ ଚିକିଟା ମାଟିରେ ବନ୍ଧ କରାଯାଇଥାଏ । ପରେ ପଇଡ ଓ ବିଡିଆ ମଣୋହି ହୋଇ ମହାପ୍ରଭୁଙ୍କୁ ପହୁଡ କରାଯାଇଥାଏ ।ପୂର୍ଣ୍ଣିମା ଅବସରରେ ସକାଳ ଧୂପ ସରିବା ପରେ ମହାପ୍ରଭୁଙ୍କ ବାଡରେ ମଇଲମ ହୋଇଥାଏ । ପାଣିପଡି ମହାସ୍ନାନ ପୂଜା ହେବାପରେ ପୂର୍ବ ଦିନରୁ ଅଧିବାସ ହୋଇଥିବା ଘିଅ ଗରାଗୁଡିକରୁ ମୁଦ ଖୋଲାଯାଇ ସୁଦ୍ଧ ସୁଆର ସେବକ ଲୁହା ଡଙ୍କିରେ ରୋଷରୁ ତାଡରେ ନିଆଁ ଆଣି ଘିଅ ଗରମ କରାଇଥାନ୍ତି ।ପାଳିଆ ପଢିଆରୀ ଟେରା ବାନ୍ଧି ଅଧିବାସ ହୋଇଥିବା ଜଳ ଛେକ ଭୋଗ ମଣ୍ଡପ ଘରଠାରୁ ଆଣିବା ପାଇଁ ଡାକି ଯାଆନ୍ତି। ଗରାବଡୁମାନେ ବାଘ ମୁହାଁ ବାନ୍ଧି ଗରାଗୁଡିକୁ ହାତରେ ଧରି ଘଣ୍ଟା ,ଛତା କାହାଳୀ ସହ ପଟୁଆରରେ ଯାଇ ଚାରିପନ୍ତିରେ ରଖିିଥାନ୍ତି । ଶୀତଳ ଭୋଗଛେକ ଆସିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାଇଥାନ୍ତି। ଏହାପରେ ଦେଉଳ ପୁରୋହିତ ସିଂହାସନ ତଳକୁ ଯାଇ ପାଳିଆ, ପଢିଆରୀ ଟେରା ବାନ୍ଧି ଅଧିବାସ ହୋଇଥିବା ଜଳ ଛେକ ଭୋଗ ମଣ୍ଡପ ଘରଠାରୁ ଆଣିବା ପାଇଁ ଡାକି ଯାଇଥାନ୍ତି । ଗରାବଡୁମାନେ ବାଘ ମୁହାଁ ବାନ୍ଧି ଗରାମାନଙ୍କୁ ହାତରେ ଧରି ଘଣ୍ଟ ଛତା କାହାଳୀ ସହ ପଟୁଆର ରେ ଯାଇ ଚାରିପନ୍ତିରେ ରଖିିଥାନ୍ତି । ଶୀତଳ ଭୋଗଛେକ ଆସିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାଇଥାନ୍ତି । ଏହାପରେ ଦେଉଳ ପୁରୋହିତ ସିଂହାସନ ତଳକୁ ଯାଇ ପତ୍ରିବଡୁ କରିଥିବା କାଠ ପିଢାରେ ବସି ପଞ୍ଚ ଉପଚାରରେ ପୂଜା କରିଥାନ୍ତି। ପାଣି ପଡିବା ପରେ ପୁଷ୍ପାଳକମାନେ ମଇଲମ କରି ନୂଆଲୁଗା ଲାଗି କରାଇବା ସହ ଘଟୁଆରୀଙ୍କ ଘରୁ ରୂପା ପିଙ୍ଗଣରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନବିଜେ କରାଇ ସର୍ବାଙ୍ଗ ନୀତି କରିଥାନ୍ତି । ଏହାପରେ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମହାଜନ ସେବକଙ୍କ ଦ୍ୱାରା ସାତ ପାହାଚ ଦ୍ୱାର ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି । ବିମାନବଡୁ ମହାଲକ୍ଷ୍ମୀଙ୍କୁ ମନ୍ଦିରକୁ ନେଇଥାନ୍ତି ।ଜଗମୋହନ ଖଟ ଉପରେ ତାଙ୍କୁ ବିଜେ କରାଯାଇଥାଏ। ଏହାପରେ ସ୍ୱର୍ଣ୍ଣ ଅଳଙ୍କାର, ଫୁଲମାଳ ଏବଂ କର୍ପୁର ମାଧ୍ୟମରେ ଶ୍ରୀଜିଉଙ୍କୁ ବେଶ କରାଯାଇଥାଏ । ପାଳିଆ ପଢିଆରୀ ଟେରା ବାନ୍ଧି ରୋଷକୁ ପୁଷ୍ୟାଭିଷେକ ଯାତ୍ରାଙ୍ଗି ଭୋଗ ପାଇଁ ଡାକି ଯାଆନ୍ତି ।ରୋଷରୁ ଭୋଗ ଛାମୁକୁ ଆସିଥାଏ । ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବାହୁଡା ବିଜେ ହୋଇ ଭିତର ସିଂହାସନକୁ ବିଜେ କରିଥାନ୍ତି । ଭିତରଚ୍ଛ ମହାପାତ୍ର ସିଂହାସନ ଉପରକୁ ଉଠିବା ପରେ ମୁଦିରସ୍ତ ଦଣ୍ଡଛତ୍ର ସଂସ୍କାର କରି ତାଙ୍କୁ ଦିଅନ୍ତି । ଭିତରଚ୍ଛ ସିଂହାସନ ଉପରେ ଦଣ୍ଡଛତ୍ର ଧାରଣ କରି ଲକ୍ଷ୍ମଣଙ୍କ ଭଳି ଦଣ୍ଡାୟମାନ ହୁଅନ୍ତି । ପାଳିଆ, ଭଣ୍ଡାର ମେକାପ ଦଣ୍ଡଛତ୍ରକୁ ହନୁମାନଙ୍କ ଭଳି ଧରିଥାନ୍ତି । ଏହାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥାନ୍ତି । ଭୋଗ ଶେଷ ହେବା ପରେ ପାଣି ପଡି ଧୋ-ପଖାଳ ହୋଇ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିଥାନ୍ତି । ମୁଦିରସ୍ତ ଫୁଲ, ଶର ଆୟୁଧମାନ ଲାଗି କରାଇବା ପରେ ଆଲଟ ଚାମର କରାଯାଇଥାଏ । ଅଖଣ୍ଡ ମେକାପ ବୈଠ ହାତରେ ଧରି ମହାପ୍ରଭୁଙ୍କ ବାଡରେ ଠିଆ ହୋଇଥାନ୍ତି । ପାଳିଆ ଖୁଣ୍ଟିଆ ସେବକ ଛାମୁରେ ଡାକିଯିବା ପରେ ବନ୍ଦାପନା କରାଯାଇଥାଏ । ମୁଦିରସ୍ତ ସିଂହାସନ ଉପରେ ଚଢି ଫୁଲ, ଧନୁଶର ମଇଲମ କରିଥାନ୍ତି । ଦକ୍ଷିଣ ଘର ଭୋଗ ସରିବା ପରେ ରଘୁନାଥ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମହାଜନ ଦ୍ୱାରା ସାତପାହାଚରେ ଥିବା ପାଲିଙ୍କିରେ ବିଜେ କରନ୍ତି । ଏହାପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ଅଭିଷେକ ପାଇଁ ପାଲିଙ୍କି ନିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ