ମାରକ ମୂଲକ : ମହାମାରୁ ମାହାଳିଆ

ମାୟାଧର ନାୟକ
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦିଙ୍କ ମାର୍ଫତ୍‍ ଦେଶରେ ଥିବା ୮୧ କୋଟି ୩୦ ଲକ୍ଷ ଗରିବଙ୍କୁ ୨୦୨୩ ଡିସେମ୍ବର ମାସ ଯାଏଁ ମାଗଣା ରାସନ୍‍ ପ୍ରଦାନ ଉଦ୍ଦେଶ୍ୟରେ କ୍ୟାବିନେଟ୍‍ରେ ନିଷ୍ପତି ନିଆସରିଛି । ସେହିଭଳି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ମାଗଣାରେ ୨୦୨୩ ଜାନୁୟାରୀରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବା ମଧ୍ୟ ଘୋଷଣା ହୋଇଛି । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ କରିବାକୁ ପଡିବ ଅନୂନ୍ୟ ୧୮୫ କୋଟି ଟଙ୍କା । ସରକାର ନିଜସ୍ୱ ଯୋଜନାରେ ଟଙ୍କିକିଆ ଚାଉଳ ପ୍ରଦାନ କରିଆସୁଛନ୍ତି । ୨୦୦୯ରେ ସରକାର କେଜି ୨ ଟଙ୍କା ଦରରେ ପ୍ରଥମେ ଚାଉଳ ଯୋଗାଉଥିଲେ । ଏହାପରେ ୨୦୧୩ରୁ ଏକ ଟଙ୍କାରେ କେଜିଏ ଚାଉଳ ଦେଇଚାଲିଛନ୍ତି । ୨ ଟଙ୍କାରୁ ୧ ଟଙ୍କାକୁ ନାମକୁ ମାତ୍ର । ଏପରି ଦରହାସ୍ର ବେପାରଟି କହିବାକୁ ଗଲେ ଏବର ଏକପ୍ରକାର ମାଗଣା ଯୋଗାଣ ସରକାରୀ ସଂସ୍କୃତିର ଚଳଣିଟାଏ । ମାଗଣା ଯୋଗାଣ ବାଦୀପାଲାରେ ମୋଦିବାବୁ, ନବୀନବାବୁ ଟକ୍କର ଦେବାରେ ଧୁରନ୍ଧର । ମାଗଣାଖିଆ ସଂସ୍କୃତି ଏକ ଭୟଙ୍କର ସାମାଜିକ ବ୍ୟାଧି । ଏହି ମାଗଣା ଯୋଗାଣ ସରକାରୀ ସଂସ୍କୃତିଟି ସବା ପହିଲେ ଚାଲୁ ହୋଇଥିଲା ତାମିଲନାଡୁରେ । ସେତେବେଳେ ମୁଖ୍ୟମନ୍ତ୍ରୀ ଜୟଲଳିତା ବ୍ୟାପକ ଭାବରେ ଏ ଚଳଣି ଆରମ୍ଭ କରି ନିରଙ୍କୁଶ ଶାସନ କ୍ଷମତାରେ ରହିଲେ ସୁଦୀର୍ଘ କାଳ । ତାଙ୍କ ପଦାଙ୍କ ଅନୁସରଣ କରି ତାମିଲନାଡୁର ପରବର୍ତ୍ତୀ ରାଜନୀତିରେ ବି ବଜାୟ ରହିଲା ଏହି ମାଗଣା ସରକାରୀ ଧାରା । ସେଠାକାର ଯୁବଉଦ୍ୟୋଗୀମାନେ ମଧ୍ୟ ମାଗଣା ଦେଇ ନିଜ ନିଜର କାମ ହାସଲ କରିବାରେ ଧୁରନ୍ଧର ହୋଇଗଲେ । ଏହି ନିଆରା ନାରାର ଧାରାରେ ତାମିଲନାଡୁ ସରକାରଙ୍କ ଭୋଟ୍‍ ରାଜୀନତିରେ କ୍ରମବର୍ଦ୍ଧିତ କ୍ଷମତା ହାସଲକୁ ଲକ୍ଷକରି କେନ୍ଦ୍ରଠୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ରାଜନୀତିକ ଦଳ ଗରିବଭୋଟଦାତାମାନଙ୍କୁ ମାଗଣା ଯୋଗାଣ ବଚନାମୃତ ବଖାଣି କେତେ କ’ଣ ଚିଜ ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ପ୍ରଚୁର ପରିମାଣରେ ବର୍ଷା କଲେ । ଏଣେ କ୍ଷମତାସୀନ ଦଳର ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ରାଜକୋଷରୁ ପାଣିଭଳି ଟଙ୍କା ଖର୍ଚ୍ଚ କରିଚାଲିଲେ । ଦାନ ପାଇଁ ଧନ ଊଣା ହେଲା ତ ବିଶ୍ୱବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାରୁ ଋଣ ଉଠାଇଲେ । ଏବେ ଆମ ଓଡିଶାର ୪ କୋଟି ୫୦ ଲକ୍ଷ ଲୋକଙ୍କ ମୁଣ୍ଡରେ ପାଖାପାଖି ୯୮ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ କରଜ ବୋଝ ହେଲାଣି । ଛୁଆଟିଏ ଆଜି ଜନ୍ମ ହେଲେ କାଲି ଅତି କମ୍‍ରେ କୋଡିଏ ହଜାର ଟଙ୍କାରୁ ଉର୍ଦ୍ଧ ସରକାରୀ କରଜ ତା’ ନାଆଁରେ ଗଡିବ ହିଁ ଗଡିବ – ଏହାଛଡା ଆଉ ଅନ୍ୟଗତି ନାହିଁ । ଏବେ ମୋଦି ସରକାର ହିତାଧିକାରୀମାନଙ୍କୁ ବର୍ଷେ ମାଗଣା ଚାଉଳ ଦେବେ । ମୋଦି ପଛେ ପଛେ ନବୀନ ସରକାର ମଧ୍ୟ ବର୍ଷକ ପାଇଁ ମାଗଣା ଚାଉଳ ଦେବେ ! ଚାଉଳ ବାବଦ ବି ଏଣିକି ଟଙ୍କାଟିଏ ଆଉ ଦେବାକୁ ପଡିବ ନାହିଁ । ଦି’ଟଙ୍କା-ଟଙ୍କେ ଅମଳକୁ ପଛରେ ପକାଇଦେଇ ଇଏ ଏବେ ଆରମ୍ଭ ହେଲା ଜାଣ ଅଟଙ୍କିଆ ଚାଉଳର ଚାରିଚାନ୍ଦିଆ ଅଖାବୁହା ଅମଳକାଳ !! କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ସରକାର ଏହି ମାଗଣା ବ୍ୟବସ୍ଥା ଚାଲୁରଖିଛନ୍ତି । ଦିଲ୍ଲୀ ସରକାର ପାଣି ବିଜୁଳି ମାଗଣା ଦେବାପାଇଁ ଘୋଷଣା କରି କ୍ଷମତାସୀନ । ମୋଦି ସରକାର ଅଧିକାଂଶ ମାଗଣା ଯୋଜନା ବଢାଇରଖିବାର ଅଙ୍କକଷିଚାଲୁଛନ୍ତି । ଆମ ଓଡିଶାର ନବୀନ ସରକାର ଏନ୍ତୁଡିଶାଳଠାରୁ ମଶାଣିପଦା ପର୍ଯ୍ୟନ୍ତ ସବୁ ଯାଗାପାଇଁ ମାଗଣା ସୁବିଧାସୁଯୋଗ ସହାୟତାମାନ ବାଣ୍ଟି ଚାଲିଛନ୍ତି । ସବୁ ରାଜ୍ୟରେ ଲୋକେ ମାଗଣା ଖାଇ ଭୋଟ୍‍ ବି ଦେଉଛନ୍ତି । କାଳେ ଭୋଟର ଠକିଦେବେ, ତାଙ୍କୁ ଭୋଟ୍‍ ପିଛା କେଉଁଠି ଏକ ହଜାର ଆଉ କେଉଁଠି ଦଶହଜାର ଟଙ୍କା ଯାଏ ସୁଦ୍ଧା ହାତଗୁଞ୍ଜା ଦିଆଯାଉଛି । କେବଳ ନବୀନବାବୁ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବାବୁ ଓ ଅନ୍ୟାନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ, ଦଳ ମଧ୍ୟ ଏ ପନ୍ଥା ଅନୁସରଣ କରିଚାଲିଛନ୍ତି । ପୃଥିବୀରେ ପ୍ରାୟ ଆଠଶହ କୋଟି ଜନସଂଖ୍ୟା । ଏଥିରୁ ନାହିଁନଥିବା କୋଟିପତି ହେଉ କି କାହିଁକାହିଁକା କାଙ୍ଗାଳଭିକାରୀ ହେଉ, ପ୍ରତ୍ୟେକେ ହିଁ ବର୍ତ୍ତମାନ ଏହି ମାଗଣା ନେଣ ମୋହରେ କବଳିତ । ଏ ଅଧମ ଯାଜପୁର ରୋଡରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ ଆରମ୍ଭ କଲାବେଳେ ଏମିତି ଗୋଟିଏ ଅଙ୍ଗେଲିଭା ଦୁଃଖସୁଖର ଦୃଷ୍ଟାନ୍ତ ଏଠାରେ ଦେଉଛି । ସଂଗୃହିତ କିଛି ନୂଆ ପୁରୁଣା ଲୁଗାପଟା, କମ୍ବଳ ଶୀତଦିନେ ଦେବାକୁ ମନ ସ୍ଥିର କରି ନାନା ଅଞ୍ଚଳର କିଛି ଗରିବଗୁରୁବା, ଅସହାୟ ଲୋକଙ୍କୁ ଖବର ପଠାଇଥିଲି । ବିଜୁଳି ବେଗରେ ଖବର ଖେଳିଗଲା । ଆମେ ପାଖାପାଖି ହଜାରେ ଲୋକଙ୍କ ପାଇଁ ଶୀତବସ୍ତ୍ର ସଂଗ୍ରହ କରିଥିଲୁ । କିନ୍ତୁ ତିନିହଜାରରୁ ଉର୍ଦ୍ଧ ଛୁଆପିଲା ବୁଢାବୁଢି ରୁଣ୍ଡ ହୋଇଗଲେ । ଭୀଷଣ ବିଶୃଙ୍ଖଳା କରି ଯିଏ ଯୁଆଡେ ପାରିଲେ ଶୀତପୋଷାକ ସବୁ ଆଖି ପିଛୁଳାକେ ବୋହିନେଲେ । ଏଥିରୁ ଗୋଟିଏ ସତ୍ୟ ଉପଲବ୍‍ଧି ହେଉଛି ଯେ, ସରକାରୀ ହେଉ କି ବେସରକାରୀ – ଯେଉଁ ସ୍ତରରେ ସୁଦ୍ଧା ଏପରି ମାଗଣା ଯୋଗାଣ କାର୍ଯ୍ୟକ୍ରମ ଚାଲେ, ସେଠାରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ