ପ୍ରାକ୍ତନ ବିଧାୟିକା ସରସ୍ୱତୀ ଦେବୀଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନଗରର ପ୍ରାକ୍ତନ ବିଧାୟିକା ସରସ୍ୱତୀ ଦେବୀଙ୍କର ୧୦୯ତମ ଜୟନ୍ତୀ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ପକ୍ଷରୁ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ପୈାରହିତ୍ୟରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମରଣ ସଭାରେ ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, କରୁଣାକର ଦାସ, ଡା. ରମାକାନ୍ତ ମହାନ୍ତି, ବୈଷ୍ଣବ ଚରଣ ସ୍ୱାଇଁ, ନେତ୍ରାନନ୍ଦ କର, ଅମୀୟ ନାୟକ ପ୍ରମୁଖ ସରସ୍ୱତୀ ଦେବୀଙ୍କର ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ ଜନଜାଗରଣ ତଥା ବିଧାୟିକା ଭାବରେ ରାଜନଗର ଭଳି ତତ୍କାଳିନ ଅଗମ୍ୟ ଅଞ୍ଚଳରେ ସାଇକେଲ ପଛରେ ବସି ବିଭିନ୍ନ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରୁଥିଲେ ବୋଲି ବକ୍ତାମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ