ଏକାମ୍ର ନାଟ୍ୟ ସଂଗଠନ ତରଫରୁ ନାଟ୍ୟ ଉତ୍ସବ-୨୦୨୩ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏକାମ୍ର ନାଟ୍ୟ ସଂଗଠନ ତରଫରୁ ସୋମବାର ଭଞ୍ଜକଳା ମଣ୍ଡପଠାରେ ନାଟ୍ୟ ଉତ୍ସବ-୨୦୨୩ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ନିମାଇଁ ଚରଣ ଲେଙ୍କା ପୌରହିତ୍ୟରେ ଅନୁଷ୍ଠିତ ନାଟ୍ୟ ଉତ୍ସବରେ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଶତାବ୍ଦୀର କଳାକାରର ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା, ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ବିଜୁ ଜନତା ଦଳର ମୁଖପାତ୍ର ଇପ୍ସିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବର ନାଟକ ‘ସଂଗ୍ରାମ’ ପରିବେଷଣ ହୋଇଥିଲା । ନାଟ୍ୟ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ନିମାଇଁ ଲେଙ୍କା । ନାଟକଟିକୁ କଳାକାରମାନେ ନିଖୁଣ ଭାବେ ଅଭିନୟ କରିଥିଲେ ଯାହାକୁ ଦେଖିବା ପାଇଁ ଶୀତ ରାତିରେ ଦର୍ଶକମାନେ ଭରପୁର ମଜା ନେଇଥିଲେ ।


