ଟୋକେନ ଆସିଥିବା ଚାଷୀଙ୍କ ଧାନ କିଣିବା ନିମନ୍ତେ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଟୋକେନ ଆସିଥିବା ଚାଷୀଙ୍କ ଧାନ କିଣିବା ନିମନ୍ତେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଆଇ. ବେଲପଡା ଗ୍ରାମର ପ୍ୟାକସ୍ ଚାଷୀ ମାନେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ପ୍ୟାକସ୍ ରେ ଗତ ୨୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୨୪୦ ଜଣ ଚାଷୀଙ୍କ ୮ ହଜାର କୁଇଣ୍ଟାଲ ଧାନ କିଣାଯିବା ନିମନ୍ତେ ଟୋକେନ୍ ଆସିଛି । ମାତ୍ର ଆଜି ସୁଦ୍ଧା ୫୦୦ କୁଇଣ୍ଟାଲ ଧାନ କିଣାଯାଇଛି । ଯଦି ଅତିଶୀଘ୍ର ଧାନ ନ କିଣାଯାଏ ତେବେ ଟୋକେନ ଗୁଡିକ ଲାପସ୍ ହୋଇଯିବାର ସମ୍ଭାବନା ରହିଛି ବୋଲି ସେମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନିବାରୁ ସେମାନେ ଆଜି ବାଧ୍ୟ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସାଧାରଣ ସମ୍ପାଦକ ସିମାଞ୍ଚଳ ନାହାକ, ରୋହିତ ସ୍‌ବାଇଁ, ନବକୃଷ୍ଣ ସ୍ୱାଇଁ, ମଙ୍ଗୁଳି ଗୌଡ, ନାରାୟଣ ସ୍ୱାଇଁ, ମନୋଜ ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ