ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବିଡିଓ ଶଶାଙ୍କ ସେଖର ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଯୋଗଦେଇଥିବା ବେଳେ ବ୍ଲକ ଅଧକ୍ଷା ମିଶାବତୀ ମଳିକ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ବ୍ଲକଉପାଦକ୍ଷା ନିକଜିନି ମଳିକ,୧୬ନଂ ଜିଲ୍ଲାପରିଷଦ ସଭ୍ୟ ଆଶିଶ ଦିଗାଳ,ବାଟାଗୁଡା ସରପଂଚ ,ସିନ୍ଦ୍ରିଗାଁ ସରପଂଚ ରଘୁନାଥ ମଳିକ,ସମେତ ଅନ୍ୟ ପଂଚାୟତର ସରପଂଚ ମାନେ ଉପସ୍ଥିତ ଥିଲେ । ଏହି କ୍ରୀଡା ପ୍ରତିଯୋଗିତା ଦୁଇଦିଧରି ହେବ ଆଜି ପ୍ରଥମ ଦିନରେ ଫୁଟବଲ ମ୍ୟାଚ ଓ ବ୍ୟାଡମିଣ୍ଡନ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଅନ୍ୟାନ୍ୟ ଖେଳ ହେବ । ଏହି ପ୍ରତିଯୋଗିତାର କୃତି ଖେଳାଳି ମାନେ ଜିଲ୍ଲା ସ୍ତରକୁ ଯାଇ ଖେଳିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ