ଛବିଶ ବର୍ଷ ପରେ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଥମ ବନ୍ଧୁ ମିଳନ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୯୭-୯୮ବ୍ୟାଚ ଛାତ୍ର ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ସମ୍ବେପଦର ଘାଇ ନିକଟରେ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ର ମାନେ ନିଜର ପିଲା ଦିନର ଗୁରୁ ମାନଙ୍କୁ କାର୍ଯ୍ୟକ୍ରମରେ ପ୍ରଥମେ ଗୁରୁପ୍ରଣାମ କରିବା ସହିତ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ |ପିଲାଦିନର ଗୁରୁ ମାନଙ୍କ ମଧ୍ୟରୁ ସୁଶୀଳ ବେହେରା, ଦଶରଥ ପ୍ରଧାନ, ଏବଂ ଅରୂପ କୁମାର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଦୀର୍ଘ ଦିନର ପୁରୁଣା ଛାତ୍ର ମାନଙ୍କୁ ନିକଟରେ ପାଇ ଭାବ ବିହୋଳ ହେବା ସହିତ ଛାତ୍ର ମାନେ କିଭଳି ସମାଜ ଚିନ୍ତନ ହେଇ ପାରିବେ ଏବଂ ସମାଜରେ ନିଜକୁ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢ଼ିତୋଳିବେ, ଖଜୁରୀପଡ଼ା ଅଞ୍ଚଳରେ ଅଧିକରୁ ଅଧିକ ଶିକ୍ଷାର ବିକାଶ କିଭଳି ହେଇପାରିବ ତାହା ନିଜ ଉଦବୋଧନ କହିଥିଲେ | ରାଜ୍ୟ ଏବଂ ରାଜ୍ୟ ବାହାରୁ ନିଜ କର୍ମ କ୍ଷେତ୍ରରୁ ନିଜର ପିଲା ଦିନର ବନ୍ଧୁ ଏବଂ ଗୁରୁ ମାନଙ୍କୁ ଭେଟିବା ପାଇଁ ଛୁଟି ଆସିଥିବା ଛାତ୍ର ମାନେ ତଥା ଯତୀନ କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ବେହେରା, ରମାକାନ୍ତ ବେହେରା, ପୂର୍ଣଚନ୍ଦ୍ର ସାହୁ, ରାଜତିଳକ ଦିଗାଲ, ବରୋଦା ଝାଙ୍କର(ବାବୁଆ), ସତ୍ୟନାରାୟଣ ସାହୁ,ଲମ୍ବୋଦର ଦିଗାଲ, ତପନ  କୁମାର ପଣ୍ଡା ପ୍ରମୁଖ ଆୟୋଜନ କରିଥିବା ନିଜ ପିଲା ଦିନର ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ୧୯୯୭-୯୮ବ୍ୟାଚର ବୁଦ୍ଧିଆ ଗଣ୍ଡା, ଶକ୍ତି ପ୍ରସାଦ ସାହୁ(ବୁବୁ), ବିରୁପାକ୍ଷ ମୁଖି, ସୁଧାଂଶୁ କୁମାର ବେହେରା(ଲାଲୁ), ସତୀଶ ଚନ୍ଦ୍ର ବୈଠାରୁ ଜଗନ୍ନାଥ ଯାନୀ(ଦିଲୁ)ପ୍ରମୁଖ ଆୟୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ | ରାଜଧାନୀ ଭୁବନେଶ୍ୱର ଠାରେ  ବ୍ୟବସାୟ କରି ରହୁଥିବା ବୁଦ୍ଧିଆ ଗଣ୍ଡା ଦୀର୍ଘ ତିନିମାସ ଧରି ସାଙ୍ଗ ମାନଙ୍କୁ ଏକତ୍ରିତ କରିବା ପାଇଁ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ତେଣୁ ତାଙ୍କୁ ମଧ୍ୟ ସମସ୍ତ ପୁରୁଣା ଦିନର ବନ୍ଧୁ ଏଂବ ପିଲା ଦିନର ଗୁରୁ ମାନେ ଧନ୍ୟବାଦ ଜଣେଇଥିଲେ | ପ୍ରାୟ ସତୁରି ଜଣ ସାଙ୍ଗ ଏକାଠି ହୋଇ ନିଜର ପିଲା ଦିନର ସ୍ମୃତି ସାଉଁଟିବା ସହିତ ଦୀର୍ଘ ଛବିଶ ବର୍ଷ ପରେ ସାଙ୍ଗ ମାନଙ୍କୁ ପାଖରେ ପାଇ ଖୁସିରେ ମଜି ଯାଇଥିଲେ | ତପନ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ