ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଭୁବନେଶ୍ୱର ବ୍ରାଞ୍ଚ ତରଫ ରୁ ସ୍ଵାମୀ ବିବେକାନନ୍ଦ ଙ୍କ ସନ୍ଦେଶ ପ୍ରଚାର ପ୍ରସାର କରିବା ନିମନ୍ତେ ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ଅନୁଷ୍ଠିତ ହୋଇଛି। ବିଭିନ୍ନ ଜିଲ୍ଲା ଓ ସହର ମଧ୍ୟ ଦେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରେ ଜାନୁୟାରୀ ୧୧ ତାରିଖ ୨୦୨୩ ସକାଳ ୯ ଟାରେ ପ୍ରବେଶ କରିଥିଲା ପରେ ଭବ୍ୟ ସ୍ୱାଗତ କରାଗଲା। ସହରର ସବୁବର୍ଗ ଶତାଧିକ ଲୋକ ସ୍ୱାଗତ ପର୍ବ ସମୟରେ ଉପସ୍ଥିତ ରହି ବିବେକାନନ୍ଦ ରଥ କୁ କଲେଜ ଛକ ଠାରେ ସ୍ୱାଗତ କରିଥିଲେ। ସ୍ୱାଗତ ସମିତି ର ସଭାପତି ହେମନ୍ତ କୁମାର ମୁଣ୍ଡ, ଉପସଭାପତି ପ୍ରଦୀପ କୁମାର ସାହୁ,ରବି କାନୁନଗୋ, ଭାଗୀରଥୀ ବେହେରା, ସମ୍ପାଦକ ଇଂ. ଅଜୟ କୁମାର ପଣ୍ଡା ଏବଂ ଉପଦେଷ୍ଟା ମଣ୍ଡଳୀ ର ସଦଶ୍ୟ କୈଶଭ ବିହାରୀ, ସ୍ୱାଧୀନ ପାତ୍ର, ଶାନ୍ତନୁ କୁମାର ବେହେରା, ଏମଡି. ଫିରୋଜ଼, ଶଙ୍କର ପ୍ରସାଦ ନାୟକ, ଦେବେନ୍ଦ୍ର ବିଶି, ପ୍ରଭାଷ ମିଶ୍ର, ମୁକୁନ୍ଦ ରେଡ୍ଡୀ, ବୃଷଭ ଦାସ, ସୁତ୍ତମ କୁମାର ନାୟକ, ଦୁଷ୍ମନ୍ତ କୁମାର ପ୍ରଧାନ ଉପସ୍ଥିତି ଥିବା ବେଳେ ସ୍ୱାଗତ ସମିତି ର ସଂଯୋଜକ ଓ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ଥିଲେ ସ୍ୱାଗତ ପରେ ପରେ ପ୍ରଗତି କଲେଜ, ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ଓ ସହର ର ସବୁବର୍ଗ ର ଶତାଧିକ ଲୋକ ଙ୍କ ସାହାଯ୍ୟ ରେ ଏକ ବିଶାଳ ଶୋଭାଯାତ୍ରା କଲେଜ ଛକ ରୁ ବାହାରି ମାଣିକେଶ୍ୱରୀ ଛକ, ଗାନ୍ଧୀ ଛକ, ଏମଏସଏ ଛକ ହୋଇ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସମାପ୍ତ ହୋଇଥିଲା ଏବଂ ଅପରାହ୍ନ ୩ ଟା ରେ ଏକ ସଭା ପ୍ରଗତି କଲେଜ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭା ରେ ବିବେକାନନ୍ଦ କେନ୍ଦ୍ର ଭୁବନେଶ୍ୱର ର ରବି ନାଇଡୁ, ପ୍ରତାପ କୁମାର ପ୍ରଧାନ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ସ୍ୱାମୀ ବିବେକାନନ୍ଦ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ସହ ରାଷ୍ଟ୍ରଭକ୍ତି, ଭାଇଚାର ଓ ରାଷ୍ଟ୍ରଗଠନ ରେ ଯୁବକ ଯୁବତୀଙ୍କ ଭୂମିକା ଉପରେ ଉଦ୍ବୋଧନ ଦେଇଥିଲେ। ପ୍ରଗତି କଲେଜ ର ଅଧ୍ୟକ୍ଷ ଜଗନ୍ନଥ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ