୰ କମଳା ସାହୁଙ୍କ ସ୍ମୃତିଚାରଣ ସଭା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅଧୀନ ବେତାଳିଗାଁ ଠାରେ ସ୍ବର୍ଗତ କମଳା ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ନିକୁଞ୍ଜ କିଶୋର ଜେନାଙ୍କ ସଭା ସଂଚାଳନାରେ ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବ୍ଲକ ଚେୟାରମ୍ୟାନ ଅଶୋକ ନାୟକ, ଭଦ୍ରକ ଡେପୁଟି କଲେକ୍ଟର ଅନୁପ କୁମାର ବେହେରା, ରାଜ୍ୟ ଉଚ୍ଚନ୍ୟାୟାଳୟ ଅଧିବକ୍ତା ଦେବାଶିଷ ସାମଲ, ଡାକ୍ତର ହରେକୃଷ୍ଣ ନାୟକ, ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ଦିଲ୍ଲୀପ କୁମାର ମହାନ୍ତି, ଅଧ୍ୟାପକ ନିହାର ରଂଜନ କର, ସରୋଜ ସାମଲ, ଧୀରେନ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ବଳ, ସମାଜସେବୀ ମାନସ ରଞ୍ଜନ ସାହୁ, ସାମ୍ୟବାଦୀ ନେତା ଚନ୍ଦ୍ର ଶେଖର ନାୟକ, ବିଜେଡି ନେତା ଉମେଶ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତ କମଳା ସ୍ଥାନୀୟ ଅଞ୍ଚଳର ସମାଜସେବୀ ମୃତ୍ୟୁଞ୍ଜୟ ସାହୁଙ୍କ ମା’ ଥିଲେ । ସେ ଜଣେ ମହିୟସୀ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ ବୋଲି ଉପସ୍ଥିତ ବକ୍ତାମାନେ ସ୍ମୃତିଚାରଣ ଅବସରରେ କହିଥିଲେ


