ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ଶିଶୁ ଓ ଯୁବ ମହୋତ୍ସବ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ନିମାପଡା ର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ୨୦ ତମ ଶିଶୁ ଓ ଯୁବ ମହୋତ୍ସବ ପାଟପୁର ସ୍ଥିତ ମା ଭଗବତୀଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରୁପର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ବିଶିଷ୍ଠ ଶିଶୁ ସାହିତ୍ୟିକ ଦାଶ ବେନହୁର, ଶିକ୍ଷାବିତ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ବାନରସେନା ର ସମ୍ପାଦକ ପ୍ରକାଶ ଖଟୋଇ, ଶିଶୁ କଳାକାର ଆୟୁଶା ପଟ୍ଟନାୟକ, ସମାଜସେବୀ ବଦ୍ରି ମିଶ୍ର, ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସେମାନଙ୍କ ଅଭିଜ୍ଞତା ଅନୁଭୁତି ବାଣ୍ଟି ଥିଲେ। ଏଇ ଅବସରରେ ଶିଶୁ କଳାକାର ଆୟୁଶା, ଶିଶୁ ଚିତ୍ରଶିଳ୍ପୀ ଆଦ୍ୟାଶା ମହାନ୍ତି ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗ୍ରୁପ ପକ୍ଷରୁ ଅଧ୍ୟାପକ ରବୀନ୍ଦ୍ର ନାଥ ପାଢ଼ୀ, ଶିକ୍ଷକ ନିର୍ମଳ ମିଶ୍ର, ଅଜୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।


