ମୂକ-ବଧିର ମହାବିଦ୍ୟାଳୟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ୟୁନିଟ-୬ ସ୍ଥିତ ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷା, କର୍ମକର୍ତା ଅଧ୍ୟାପିକା / ଅଧ୍ୟାପକ, ଛାତ୍ର/ଛାତ୍ରୀ ଓ କର୍ମଚାରୀଙ୍କ ଗହଣରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠିତ ସମାଜସେବକ, ରାଜନୀତିଜ୍ଞ ତଥା “ମୋ ପରିବାର” ଯୁଗ୍ମ ସଚିବ ଶ୍ରୀଯୁକ୍ତ ରୁଦ୍ରନାରାୟଣ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତୋଳନ କରିଥିଲେ । ମହାବିଦ୍ୟାଳୟର ମୂକ-ବଧିର ଛାତ୍ର/ଛାତ୍ରୀମାନେ ଭାରତୀୟ ସାଙ୍କେତିକ ଭାଷାରେ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ରୁଦ୍ରନାରାୟଣ ସାମନ୍ତରାୟ ସାଧାରଣତନ୍ତ୍ର ଦିବସର ମହତ୍ୱ ଉପସ୍ଥାପିତ କରିବା ସହ ସମଗ୍ର ବିଶ୍ୱରେ ଭାରତୀୟ ଗଣତନ୍ତ୍ର କିପରି ଏକ ମାନବବାଦୀ, ଜନ କଲ୍ୟାଣକାରୀ ଶାସନ ବ୍ୟବସ୍ଥା ସ୍‌ୃଷ୍ଟି କରିଛି । ତାହା ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଅନୁଷ୍ଠାନର ପରିଚାଳନା କମିଟିର ସମ୍ପାଦିକା ସୁଶ୍ରୀ ନିରୋଜାଲକ୍ଷ୍ମୀ ମହାପାତ୍ର ଗଣତନ୍ତ୍ର ର ସୁରକ୍ଷା ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅବଦାନ କିପରି ଆମ ସମାଜକୁ ଏକ ସ୍ୱତରେ ବାନ୍ଧି ରଖୀଛି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ମହାପାତ୍ର ଅତିଥି ମାନଙ୍କର ବକ୍ତବ୍ୟକୁ ସାଙ୍କେତିକ ଭାଷାରେ ଉପାସ୍ଥାପିତ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଶେଖର ପରିଡ଼ା ଅତିଥିଙ୍କ ବହୁ ମୂଲ୍ୟ ସମୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ