ସୁରକ୍ଷା ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀର ଅନ୍ୟତମ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଗୁରୁବାର ପୂର୍ବାହ୍ନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏହି ଜାତୀୟ ଉତ୍ସବରେ ଅନୁଷ୍ଠାନର ସଭାନେତ୍ରୀ ତଥା ବିଶିଷ୍ଟ ଲେଖିକା ଓ କବୟତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି କହିଲେ ଯେ, ଦେଶ ଲାଗି ଆତ୍ମବଳି ଦେଇଥିବା ଶହୀଦମାନଙ୍କର ପଦାଙ୍କ ଅନୁସରଣ ନିମନ୍ତେ ଉତ୍ତରପିଢି ମାନସିକତା ଓ ସଂକଳ୍ପ ଗ୍ରହଣ କରିବା ଦରକାର । ଉପଦେଷ୍ଟା ସୁଧାଂଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେଡ଼ିର ବରିଷ୍ଠ ଯୁବନେତା ମନୋଜ କୁମାର ସାହୁ, ‘ସୁରକ୍ଷା’ର ସମ୍ପାଦକ କେଶବ ରଣା, ନିର୍ଦ୍ଦେଶିକା ମିଲି ରଣା, ଶିକ୍ଷାବିତ୍ ସୁସ୍ମିତା ଶତପଥୀ, ପ୍ରଶାସକ ଶୁଭ୍ରାଂଶୁ କୁମାର ଶତପଥୀ, ସାମ୍ବାଦିକା ଅମ୍ବିକା ପରିଡ଼ା, କୈଳାସ ଜେନା, ପଦ୍ମଲୋଚନ ସାହୁ, ରାଜେନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ଭଦ୍ରା, ବିଚିତ୍ରାନନ୍ଦ ରାଉତରାୟ, ସମୀର ଭୂୟାଁ, ସୁକାନ୍ତ ଗିରି, ମାଳବିକା ମିଶ୍ର ଓ ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।


