ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମାରକୀ ବକ୍ତୃତା ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମାରକୀ ବକ୍ତୃତା ଭୁବନେଶ୍ୱରସିତ୍ଥ ପ୍ରେସ କ୍ଲବ ଅଫ ଓଡ଼ିଶାଠାରେ ଡଃ ଜଷ୍ଟିସ୍ ଦୁର୍ଗପ୍ରାସାଦ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ର, ପୂର୍ବତନ ସାଂସଦ (ଲୋକସଭା, ରାଜ୍ୟସଭା)ଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି ଶ୍ରୀଯୁକ୍ତ ଦେବରାଜ ପ୍ରଧାନ, ଭାରତର ରାଷ୍ଟ୍ରଦୂତ(ଅବସରପ୍ରାପ୍ତ), ‘ଗ୍ରୁପ-୨୦ରେ ଭାରତର ସଭାପତିତ୍ୱ ଓ ଭାରତର ସମସାମୟିକ ବୈଦଶିକ ନୀତି’ ଉପରେ ନିଜର ସାରଗର୍ଭକ ମତ ପ୍ରଦାନ କରି ସ୍ୱର୍ଗତ ମହାପାତ୍ରଙ୍କୁ ଜଣେ ପୃଥିବୀ ବିଖ୍ୟାତ ରାଷ୍ଟ୍ରନୀତିଜ୍ଞ ଓ ପାର୍ଲିଆମେଂଟାରିଆନ ଭାବେ ଚିତ୍ରିତ କରିଥିଲେ । ସେ ଜି-୨୦ ଉପରେ ସ୍ୱତନ୍ତ୍ର ପ୍ରାଧାନ୍ୟ ସହ ଆନ୍ତଃନୀତି, ବହିଃବ୍ୟାପାର ନୀତି ଓ କୂଟନୀତିକ ନୀତି ଉପରେ ବକ୍ତୃତା ପ୍ରଦାନ କରିଥିଲେ । ପୂର୍ବତନ ରାଜ୍ୟସଭା ଓ ଲୋକସଭା ସଦସ୍ୟ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଜୀବନୀ ଓ କର୍ମଦକ୍ଷତା ଉପରେ ଭାଷଣ ଦେଇ ଏହି ସ୍ମାରକୀ ବକ୍ତୃତାର ଆବାହକ ଡ. ମଙ୍ଗଳା ପ୍ରସାଦ ମହାନ୍ତି, ତାଙ୍କ ଉଚ୍ଚ ଆଦର୍ଶ ଓ ଦୂରଦୃଷ୍ଟି ସମ୍ପନ୍ନ ରାଜନୀତିର ଭୂୟସୀ ପ୍ରଶଂସା କରିଥିଲେ । ଏଆଇ.ସି.ସି.ର ଜେନେରାଲ ସେକ୍ରେଟାରୀ ଭାବେ ଭାରତରେ ଜଣେ ପ୍ରତିପତ୍ତିଶାଳୀ ରାଜନେତା ଭାବ ତାଙ୍କର ପ୍ରଭାବ ଥିଲା ସୁଦୂର ପ୍ରସାରୀ । ଯୁଗଶ୍ରୀ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ର ମଞ୍ଚ ଆବାହନ କରି ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଟ୍ରଷ୍ଟର ସଦସ୍ୟା ସୁଶ୍ରୀ ଗୀତାଞ୍ଜଳି ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଇଂ ବୀଣାପାଣୀ ସାହୁ, ଇଂ ଶମ୍ଭୁନାଥ ସିଂହ, ଡଃ ମିନାକ୍ଷୀ ପଣ୍ଡା, ପ୍ରଫେସର ଡଃ କାର୍ତ୍ତିକ ମହାପାତ୍ର ଓ ସମାଜସେବୀ ଶତୃଘ୍ନ ଷଡ଼ଙ୍ଗୀ ପ୍ରଶ୍ନ ପଚାରିଥିଲେ ଏହି ସଭାରେ ସର୍ବଶ୍ରୀ ପଦ୍ମଭୂଷଣ ରମାକାନ୍ତ ରଥ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଇନ୍ଦିରା ଦାଶ, ସଜ୍ଜନ ଶର୍ମା, ବିଜୟଲକ୍ଷ୍ମୀ ମହାନ୍ତି, ପ୍ରକାଶ ଚନ୍ଦ୍ର ମିଶ୍ର, ରଞ୍ଜିତ ଠାକୁର, ଆଇନଜୀବୀ ସୁରେନ୍ଦ୍ରନାଥ କର, ଡଃ ପ୍ରଭାବତୀ ପଣ୍ଡା, ଡଃ ଲିଙ୍ଗରାଜ ରଥ, ଉପେନ୍ଦ୍ର ପାଢୀ, ପୀତବାସ ରାଉତରାୟ, ଡଃ ଲାବଣ୍ୟ ଶବର, ଡଃ କ୍ଷୀରୋଦ ପରିଡ଼ା, ଡଃ ଉପେନ୍ଦ୍ର ପ୍ରସାସ ନାୟକ, ଡା ତୋଫାନ ପତି, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ନିଶିଥ ପାତ୍ର, ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ