ବାଲାଜୀ ବିହାର ଶିଶୁବିଦ୍ୟା ମନ୍ଦିର ରେ ମାତୃ ସମ୍ମିଳନୀ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ପରିସରରେ ରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ୧୦୦ ରୁ ଅଧିକ ମା ମାନେ ଉପସ୍ଥିତ ଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମାତୃ ସମ୍ମିଳନୀ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ମୁଖ୍ୟ ଅତିଥି ଡ଼. ହେମାଙ୍ଗିନୀ ମେହେର ମାତୃଶକ୍ତି ମା ମାନଙ୍କ ଶିଶୁ ଗଠନ ରେ ଦାୟିତ୍ୱ, ସୁନ୍ଦର ସ୍ୱାସ୍ଥ୍ୟ, ସ୍ମରଣ ଶକ୍ତି ବୃଦ୍ଧି, ଶିଶୁ ଗର୍ଭ ସଂଚାରରୁ ମାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ | ମୁଖ୍ୟବକ୍ତା କଳାହାଣ୍ଡି ବିଭାଗ ନିରୀକ୍ଷକ ତଥା ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ ବିପିନ୍ ବିହାରୀ ମିଶ୍ର ଶିଶୁ ମାନଙ୍କୁ କିପରି ଏକ ଶୃଙ୍ଖଳିତ ଦେଶଭକ୍ତ ଭଲ ମଣିଷ ଗଠନ କରିପାରିବେ, ତାହା ପୁଙ୍ଖାନୁପୁଙ୍ଖ ଗୀତ, ଗପ, ଅଭିନୟ ମାଧ୍ୟମରେ ମାର୍ଗ ଦର୍ଶନ କରିଥିଲେ | ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ସୁରେଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ | ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଅଶୋକ ସିଂ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ