ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ

ମାୟାଧର ନାୟକ
ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ, ମହାନ୍‍ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ତଥା ନୂତନ ସାମ୍ବାଦିକତାର ନାନ୍ଦୀକାର ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ସ୍ମୃତିସଭାରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି । ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସାପ୍ତାହିକ ସମାଜ ୧୯୧୯ ଅକ୍ଟୋବର ୧୯ ତାରିଖରୁ ଦୈନିକ ସମାଜ ୧୯୨୮ରୁ ଶତାୟୁ ରାଧାନାଥ ବାବୁ ବିଭିନ୍ନ କାର୍ଯ୍ୟ ସମ୍ଭାଳି ୧୯୯୮ େ‘ବୃୟାରୀ ୫ ତାରିଖ ମୃତ୍ୟୁ ପର୍ଯ୍ୟନ୍ତ ସଂପାଦକ ଥିଲେ । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶା ତଥା ଭାରତ ମା’ର ସେବା କରିଯାଇଛନ୍ତି । ଝଡି, ବଢି-ମରୁଡିରେ ଅସହାୟଙ୍କୁ ସାହା ହୋଇଛନ୍ତି । ଘରେ ଘରେ ରିଲି‘୍‍ ପହଞ୍ଚାଇ ଦେଇଛନ୍ତି । ଓଡିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ଥିଲାବେଳେ ଶିକ୍ଷାର ବିକାଶ ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି । ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ଅର୍ଥ ସାହାଯ୍ୟ କରି ଉତ୍ସାହିତ କରିଛନ୍ତି । ନୂଆ ନୂଆ ସାମ୍ବାଦିକମାନଙ୍କୁ ଖବରର ଅସଲ ଗୁମର ଶୁଣାଇଛନ୍ତି । ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ଦୁର୍ନିତୀ ବିରୁଦ୍ଧରେ ‘ସମାଜ’ରେ ସ୍ୱର ଉତ୍ତୋଳନ କରିଛନ୍ତି । ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ଅକୁଣ୍ଠ ଚିତ୍ତରେ ସହଯୋଗ ଦେଇଛନ୍ତି । ବିଶେଷକରି ଯୁବକଛାତ୍ରମାନଙ୍କ ଚରିତ୍ର ଗଠନରେ ସହାୟକ ହୋଇଛନ୍ତି । ତାଙ୍କ ସହ ମୋର ସଂପର୍କ ୧୯୬୭ ମସିହାରୁ । ସେତେବେଳେ ଯାଜପୁର ରୋଡ ରେଳ ଦୁର୍ଘଟଣାରେ ପ୍ରାୟ ବହୁ ଲୋକ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ଚିତ୍‍କାର, ବୁକୁଫଟା କରୁଣକାହାଣୀକୁ ପରଦିନ ‘ସମାଜ’ରେ ପ୍ରକାଶନ କରିବାକୁ କଟକ ସମାଜ ଅଫିସକୁ ଆସି ବାର୍ତ୍ତା ସଂପାଦକ ଉଦୟନାଥ ଷଡଙ୍ଗୀଙ୍କୁ ଦେଖାକଲି । ମୋ ସମ୍ବାଦକୁ ‘ବାବୁଜୀ’ଙ୍କୁ ଦେଖାଇଥିଲେ । ତାହା ‘ସମାଜ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇ ଦେଶସାରା ଚହଳ ସୃଷ୍ଟି କରିଥିଲା । ସେତେବେଳେ ମୁଁ ବ୍ୟାସନଗର କଲେଜର ଛାତ୍ର । ଅବ୍ରାହ୍ମଣ-ଖଣ୍ଡାୟତ । ମୋତେ ରାଧାନାଥ ବାବୁ ଡାକି ଯାଜପୁର ରୋଡରେ ସମାଜ ପ୍ରତିନିଧି କରିଦେଲେ । ପ୍ରତିମାସରେ ଡାକଖର୍ଚ୍ଚ ବାବଦ ୧୦ଟଙ୍କା ମଞ୍ଜୁର କଲେ । ସେତେବେଳେ ସମାଜ କେବଳ ସଂଧ୍ୟା ସଂସ୍କରଣ ଥିଲା ଓ ବିଭିନ୍ନ ଅଞ୍ଚଳର ସମ୍ବାଦ କଲମ ବାହାରୁଥିଲା । ସେହିକ୍ରମରେ ଯାଜପୁର ରୋଡ ସମ୍ବାଦ କଲମରେ ମୁଁ ଯାବତୀୟ ଖବର ଲେଖୁଥିଲି । ବ୍ୟାସନଗର କଲେଜରୁ ଯାଜପୁର ଏନ୍‍.ସି. କଲେଜରେ ପଢିଲି । ସେତେବେଳେ ୧୯୬୯ ମସିହା ରାଜ୍ୟବ୍ୟାପି ଦୁର୍ବାର ଛାତ୍ର ଆନ୍ଦୋଳନ । ମୁଁ ସାରା ଓଡିଶା ଛାତ୍ରଆନ୍ଦୋଳନର ଆବାହକ ନିର୍ବାଚିତ ହେଲି । ସାରା ଓଡିଶାର କଲେଜ ବୁଲିବୁଲି ଛାତ୍ରଆନ୍ଦୋଳନକୁ ନେତୃତ୍ୱ ଦେଲି । ସରକାର ବିରୋଧରେ ଆନ୍ଦୋଳନ ବ୍ୟାପକ ହେଉଥାଏ । ଥରେ ସମାଜ ଅଫିସ ଆସିଥିଲି । ‘ବାବୁଜୀ’ ଡାକି ମୋତେ ପଚାରିଲେ – ମାୟାଧର ! ଛାତ୍ରନେତା ମାୟାଧର ନାୟକ କିଏ ? ମୁଁ ଆଜ୍ଞା ! ତୁମେ ରାଜନୀତି କରିବ ନା ସାମ୍ବାଦିକ ହେବ ? – ଦି’ଟା ଯାକ କରିବି । ଆପଣ ମନ୍ତ୍ରୀ, ଏମ୍‍.ଏଲ୍‍.ଏ. ହୋଇ ‘ସମାଜ’ର ସମ୍ପାଦକ ଅଛନ୍ତି – ମୁଁ କାହିଁକି ହେବିନି ? ବାବୁଜୀ ମୋତେ କହିଲେ – ତୁମକୁ ପାରି ହେବନି । ଫକୀର ଚରଣ ମିଶ୍ର ତାଙ୍କ ବ୍ୟକ୍ତିଗତ ସହାୟକ ଏବଂ ସମାଜର ସହସମ୍ପାଦକଙ୍କୁ ଡାକି କହିଲେ – ମାୟାଧରକୁ ଉପରକୁ ନେଇ ଖାଇବାକୁ ଦିଅ । ବାଟଖର୍ଚ୍ଚ ଦେଇ ବିଦା କରିଦିଅ । ସେଇଦିନଠାରୁ ମୁଁ ତାଙ୍କର ଗେହ୍ଲା ପୁଅ ହୋଇଗଲି । ଥରେ ଯାଜପୁରର ବୟସ୍କ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ବାବୁ ଭୀଷଣ ଅସୁସ୍ଥ ହୋଇ ବିଛଣାରେ ପଡିଥିଲେ । ତାଙ୍କୁ ଦେଖିବାପାଇଁ ମୋତେ ଡକାଇନେଲେ । ମୁଁ ଆଶ୍ଚର୍ଯ୍ୟ – ଜଣେ ଅସୁସ୍ଥ ସାମ୍ବାଦିକଙ୍କୁ ଦେଖାକରିବା ପାଇଁ କଟକରୁ ଯାଜପୁର ଧାଇଁ ଆସିଥିଲେ । ଯିବାବେଳେ ପଚାରିଲେ – ମାୟାଧର – ତୁମର ସାଇକେଲ ନାହିଁ କି ? ମୁଁ ମନାକଲି । ସେ କହିଲେ – କାଲି ସମାଜ ଅଫିସ୍‍ ଯାଇ ଫକୀରବାବୁ (ଜେନେରାଲ ମ୍ୟାନେଜର ଫକୀର ଚରଣ ଦାସ)ଙ୍କ ପାଖରୁ ଟଙ୍କା ନେଇ ସାଇକେଲ କିଣିବ । ପରଦିନ ସମାଜ ଅଫିସ୍‍ ଗଲି । ଫକୀରବାବୁ ହଜାରେ ଟଙ୍କା ଦେଲେ । ସେ ଟଙ୍କାରେ ରାଲେ ସାଇକେଲ କିଣି ବହୁବର୍ଷ ପର୍ଯ୍ୟନ୍ତ ବ୍ୟବହାର କଲି । ୧୯୭୧ ମସିହା ଜାନୁୟାରୀ ୧୪ ତାରିଖରେ ରକ୍ତାକ୍ତ ଯୁଦ୍ଧରେ ପାକିସ୍ଥାନ କବଳରୁ ନୂତନ ବଙ୍ଗଳାଦେଶର ଜନ୍ମ । ବିଶ୍ୱର ବିଭିନ୍ନ ଦେଶରୁ ସାମ୍ବାଦିକମାନେ ବଙ୍ଗଳାଦେଶକୁ ଯୁଦ୍ଧପର ଖବର ପାଇ ଛୁଟୁଥାନ୍ତି । ‘ବାବୁଜୀ’ ଉଦୟନାଥ ବାବୁଙ୍କୁ କହିଲେ – ମାୟାଧରକୁ ଡାକ ! ଡାକରା ପାଇ ପହଞ୍ôଚଲି । ବାବୁଜି କହିଲେ – ତୁମେ ବଙ୍ଗଳାଦେଶ ଯିବ ସମାଜର ପ୍ରତିନିଧି ହୋଇ ! ଆଜ୍ଞା ! ସଂଗେ ସଂଗେ ସହସଂପାଦକ ଶାରଦା ପ୍ରସାଦ ନନ୍ଦଙ୍କୁ ଡାକି କହିଲେ – ମାୟାଧର ପାଇଁ ପରିଚୟ ପତ୍ର ସମାଜ ପେଡ୍‍ରେ ଲେଖି ମୋ ସ୍ୱାକ୍ଷର ନିଅ । ଫକୀରବାବୁ ବଙ୍ଗଳାଦେଶ ଯିବାପାଇଁ ହଜାରେ ଟଙ୍କା ଦେଲେ । ମୁଁ ସେଦିନ କଲକତା ଯାଇ ପରଦିନ ଯଶୋରରେ ପହଞ୍ôଚଲି । ସେଠାରୁ ପ୍ରାୟ ୧୫ଦିନ କାଳ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଢାକାରେ ମୁଜିବର ରହମାନଙ୍କୁ ସାକ୍ଷାତ କରି ସମାଜ ହସ୍ତାନ୍ତର କଲି । ସମସ୍ତ ସମ୍ବାଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ