କୃଷି ଓ କୃଷକଙ୍କ ବିକାଶ ପାଇଁ ମହେନ୍ଦ୍ରଗିରିରେ କୃଷିମେଳା ହେବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କୃଷି ଓ କୃଷକଙ୍କ ବିକାଶ ପାଇଁ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଟି ଆଣ୍ଡ ମ୍ୟାନେଜମେଣ୍ଟ ତରଫରୁ ଏକ ନିଆରା ପଦକ୍ଷେପ ନିଆଯାଇଛି । ଚଳିତ ମାସ ଆସନ୍ତା ୧୭ ତାରିଖରେ ବିଶ୍ୱବିଦ୍ୟାଳୟ ତରଫରୁ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତ ଉପରେ ଏକ ‘କୃଷି ମେଳା’ ବା ‘ଏଗ୍ରି-ଏକ୍ସପୋ’ର ଆୟୋଜନ କରାଯାଇଛି । ଏହି ‘ଏଗ୍ରି-ଏକ୍ସପୋ’ର ଉଦ୍ଦେଶ୍ୟ ହେଉଛି କୃଷକ ଭାଇ-ଭଉଣୀମାନଙ୍କୁ ନିଜର ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଉପରେ ଶିକ୍ଷାପ୍ରଦାନ କରିବା । ଗଜପତି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କୃଷକମାନଙ୍କର ସାମଗ୍ରିକ ଉନ୍ନତି କାମନା କରି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ଭାଇ-ଭଉଣୀମାନଙ୍କୁ ନୂଆ ନୂଆ କୃଷି ଜ୍ଞାନକୌଶଳ,ପ୍ରଯୁକ୍ତିବିଦ୍ୟା ଓ ବିକଶିତ କୃଷି ପ୍ରଣାଳୀକୁ ଆପଣେଇ କିପରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରିବ ସେନେଇ ଶିକ୍ଷା ପ୍ରଦାନ କରାଯିବ ।ଓଡ଼ିଶାର ଦ୍ୱିତୀୟ ଉଚ୍ଚତମ ପର୍ବତ ମହେନ୍ଦ୍ରଗିରିର ୪,୯୨୫ ଫୁଟ୍ ଉଚ୍ଚତା ଉପରେ ଏହି ମେଳା ଆୟୋଜନ କରାଯାଇଛି । ତେବେ ଏଭଳି ଏକ ସ୍ୱତନ୍ତ୍ର ମେଳା ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଯାହାକି ରାଜ୍ୟର କୃଷି କ୍ଷେତ୍ରରେ ଏକ ନିଆରା ଛାପ ଛାଡ଼ିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ