ଇପିଏଫ ପେନସନର୍ସ ଆସୋସିଏସନର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):‘ନିଖିଳ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ’ର ଆହ୍ୱାନ କ୍ରମେ ବିଭିନ୍ନ ଦାବି ନେଇ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲାର ଇପିଏଫ ପେନସନଭୋଗୀଙ୍କ ପକ୍ଷରୁ ସହକାରୀ ଭବିଷ୍ୟନିଧି ପାଣ୍ଠି ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ବାଲେଶ୍ୱର ଇପିଏଫ୍ ପେନସନର୍ସ ଆସୋସିଏସନ ସଭାପତି ଇଂ. ଅନାଦି ଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଇପିଏଫ୍ ପେନସନ୍‌ଭୋଗୀଙ୍କ ବିଭିନ୍ନ ସମସ୍ୟା ତଥା ଚାରିଦଫା ଦାବିର ଯଥାର୍ଥତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦେଶର ୭୬ ଲକ୍ଷ ବରିଷ୍ଠ ନାଗରିକଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର ତଥା ଅବହେଳାକୁ ସେମାନେ କଡ଼ା ସମାଲୋଚନା କରିଥିଲେ । ମାସିକ ପେନସନ୍ ୯ ହଜାର ଟଙ୍କାକୁ ବୃଦ୍ଧି, ସୁପ୍ରିମ୍ କୋର୍ଟଙ୍କ ଆଦେଶ ଅନୁଯାୟୀ ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ ଅଧିକ ପେନସନ ପ୍ରଦାନ, ପେନସନ ସହ ମହଙ୍ଗା ଭତ୍ତା ଓ ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ଦାବିକରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନର ସଦସ୍ୟ ତଥା କର୍ମକର୍ତ୍ତାମାନେ ବିକ୍ଷୋଭ ସମାବେଶରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶର ଇପିଏଫ୍ ପେନ୍‌ସନ୍‌ଭୋଗୀ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦୃଢ଼ ଦାବି କରିଥିଲେ । ଆଇଏନଟିୟୁସିର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ସିଆଇଟିୟୁର ଜିଲ୍ଲା ଆବାହକ ରାଜକିଶୋର ଲେଙ୍କା, ଏଆଇଟିୟୁସି ଜିଲ୍ଲା କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ,ଏଚଏମଏସ ଜିଲା ସଭାପତି ଅରୁଣ କୁମାର ସ୍ୱାଇଁ, ବରିଷ୍ଠ ନାଗରିକ ମଞ୍ଚ ସଂପାଦକ ସୀତାରାମ ପ୍ରଧାନ, ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ବୀମା କର୍ମଚାରୀ ସଂଘ ନେତା ଶ୍ୟାମସୁନ୍ଦର ଜେନା, ବିଦ୍ୟୁତ୍ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ଇପିଏଫ୍ ଭଦ୍ରକ ଆସୋସିଏସନ୍‌ର ସଭାପତି କୁଞ୍ଜବିହାରୀ ନାୟକ, ମୟୁରଭଞ୍ଜ ଜିଲ୍ଲା ଉପ-ସଭାପତି ମଧୁସୂଦନ ଜେନା, ବାଲିଆପାଳ ବ୍ଲକ୍ ସଭାପତି ସନ୍ନ୍ୟାସୀ ବେହେରା, କଟକର ଇଂ. ବିଜୟ ନାୟକ ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଏହି ଶୋଭାଯାତ୍ରା ସମାବେଶରେ ୩ ଜିଲ୍ଲାର ବିଭିନ୍ନ ସଂସ୍ଥାରୁ ସର୍ବଶ୍ରୀ ରତ୍ନାକର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ପରିଡ଼ା, ହୃଷିକେଶ ବାରିକ, ଅର୍ଜୁନ ଜେନା, ଜାନକୀ ମହାପାତ୍ର, ସଦାନନ୍ଦ ଘୋଷ, ଅନୀଲ୍ ଦାସ, ଶଚୀନ୍ଦ୍ର ଦାସ, ନଟବର ଦେ, ମନ୍ମଥ ପରିଡ଼ା, ଶରତଚନ୍ଦ୍ର ଦଳାଇ, ଜଳଧର ପଣ୍ଡା, ଭୂପତି ଭୂଷଣ ଦାସ ଓ ନରୋତ୍ତମ ନଟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ