ସଦର ବିଜେପି ପକ୍ଷରୁ ବୁଥ ସଶକ୍ତିକରଣ କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟି ଦେଇ ସଦର ବିଜେପି ପକ୍ଷରୁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବୁଥ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନମଣ୍ଡଳୀ ନେତା ମାନସ କୁମାର ଦତ୍ତ ଓ ଅନ୍ୟାନ୍ୟ ବରିଷ୍ଠ ନେତା ଏଥିରେ ଯୋଗ ଦେଇ ବୁଥ ସ୍ତରରୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏନେଇ ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡରେ ମାର୍ଚ୍ଚ ମାସ ସୁଦ୍ଧା ପ୍ରତି ବୁଥରେ ୨୧ ଜଣିଆ କମିଟି ଗଠନ ଶେଷ ପାଇଁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି ।ଏହି ସାଙ୍ଗଠନିକ କାର୍ଯ୍ୟ ସମ୍ପାଦନ ପାଇଁ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳ ତୃଣମୂଳ ସ୍ତରରୁ ଯେଭଳି ଶକ୍ତିଶାଳୀ ହେବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି । ପ୍ରତି ଶକ୍ତିକେନ୍ଦ୍ରରେ ଥିବା ବୁଥ୍କୁ ଗ୍ରେଡେସନ୍ କରାଯିବ । ବୁଥର ଗ୍ରେଡେସନକୁ ଗୁରୁତ୍ୱ ଦେଇ ରାଜ୍ୟସ୍ତରରେ ରଣନୀତି ପ୍ରସ୍ତୁତ ହେବ । ଏଥିସହ ଗାଁରେ ନିୟମିତ ବୈଠକ କରି ଲୋକଙ୍କ ସମସ୍ୟା ଶୁଣିବା ଓ ଏହାର ସମାଧାନ ପାଇଁ ପଦକ୍ଷେପ ନେବା, ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହେବା ଏବଂ କେନ୍ଦ୍ରର ମୋଦି ସରକାରଙ୍କର ଲୋକାଭିମୁଖୀ ଯୋଜନାର ପ୍ରଚାର ସାଙ୍ଗକୁ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଶ୍ରୀ ମହାପାତ୍ର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ବିଧାନସଭା ପ୍ରଭାରୀ ସୁଶାନ୍ତ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ୱର ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ବରିଷ୍ଠ ନେତା ସୁଜିତ ଦେବ, ମଣ୍ଡଳ ସଭାପତି ବିଜୟ ଦାସ, ତପନ ଗିରି, କାର୍ତ୍ତିକ ରାଉତ, ଅନୀଲ ପାତ୍ର, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ପିତାମ୍ବର ଭୂୟାଁ, ଲକ୍ଷ୍ମୀଧର ମନ୍ତ୍ରୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ନିତ୍ୟଗୋପାଲ ସିଂ, ସସ୍ମିତା ନାଥ, ପ୍ରତିମା ବେହେରା, ସରପଞ୍ଚ ବନିତା ଭୂୟାଁ, ରବିନାରାୟଣ ପ୍ରଧାନ, ସମିତିସଭ୍ୟ ଅଞ୍ଜନ ପରିଡା, ମାମନୀ ଜେନା, ରାଜେନ୍ଦ୍ର ଚାଟାର୍ଜୀ, କାର୍ତ୍ତିକ ନାଥ, ଜୀବନ ପାଣି, ଅଶୋକ ଦାସ, ଉମାକାନ୍ତ ପ୍ରଧାନ, ବିଜୟ ସାହୁ, ନିରଞ୍ଜନ ଜେନା, ସର୍ବେଶ୍ୱର ବୁଗୁଡାଇ, ପୂର୍ଣ୍ଣଚନ୍ଦ୍ର ବେହେରା, ଅସୀମ ମହାନ୍ତି, ଚକ୍ରଧର ସେଠୀ, ମାନସ ମହାପାତ୍ର, କାହ୍ନୁ ପ୍ରଧାନ, ମହେଶ୍ୱର ଦାସ ପ୍ରମୁଖଙ୍କ ସମେତ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଓ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ ।


