ସମାଜସେବୀ ଅଶୋକ ଚୌଧୁରୀଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ଜଳେଶ୍ୱର ରାଇବଣିଆ ଅଞ୍ଚଳର ବିକାଶକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସ୍ଥାନୀୟ ବାସିନ୍ଦାଙ୍କ ପ୍ରିୟଭାଜନ ହୋଇ ପାରିଥିବା ସମାଜସେବୀ ଅଶୋକ ଚୌଧୁରୀଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ୨୮ ତାରିଖରେ ରାଇବଣିଆରେ ଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଓ ସହଯୋଗୀମାନେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ମାତ୍ର ଏଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ସଂଧ୍ୟା ପ୍ରାୟ ୭ଟା ୩୦ ମିନିଟରେ ରାସ୍ତାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ଼ଝିଅ ସଂଘମିତ୍ରା ଦାସ ମୁଖାଗ୍ନି ଦେଇଥିଲେ । ପିତା ସ୍ୱର୍ଗତ ପ୍ରଫୁଲ ଚୌଧୁରୀ ଓ ମାତା ପଙ୍କଜିନୀ ଦେବୀଙ୍କ ବଡ଼ପୁଅ ଥିଲେ ଅଶୋକ । ଶିକ୍ଷା ସମାପ୍ତ ପରେ ଚାକିରି ପଛରେ ନ ଗୋଡ଼ାଇ ସମାଜସେବା ପ୍ରତି ସେ ଗୁରୁତ୍ୱ ଦେଇଥିଲେ । ଭଲ କ୍ରିକେଟ ଖେଳାଳି ଭାବେ ତାଙ୍କର ବେଶ ସୁନାମ ଥିଲା । ରାଇବଣିଆ ଚୌଧୁରୀ ବଂଶର ଦାୟଦ ଭାବେ ଆଞ୍ଚଳିକ ଉନ୍ନତିରେ ତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ ଥିଲା । ଜଣେ ମେଳାପି, ପରୋପକାରୀ ତଥା ଦରଦୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ