ତମାଖୁ ବର୍ଜନ ସଚେତନତା ଶୋଭାଯାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଶୋଭାରାମପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ତ୍ୟକେନ୍ଦ୍ର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ତମାଖୁ ବର୍ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକୁ ସ୍ୱାସ୍ଥ୍ୟକର୍ମୀ ଆରତି ଗିରି, କଳ୍ପଲତା ଦାସ, ରାଜଲକ୍ଷ୍ମୀ ଦାସ ପ୍ରମୁଖ ପରିଚାଳନା କରିଥିଷଲ ।