କେନ୍ଦ୍ରାପଡାର କୁନି ଝିଅ ଆରାଧ୍ୟା ଚିତ୍ରକଳାରେ ପ୍ରଥମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର କୁନିଝିଅ ଆରାଧ୍ୟା ଚିତ୍ରକଳା କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ସୃଷ୍ଟି କରିଛନ୍ତି । ଝାରସୁଗୁଡା ଜିଲ୍ଲାର ବନହରପାଲ୍ଲୀସ୍ଥିତ ଡିଏଭି ପବ୍ଲିକ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରୀ ଆରାଧ୍ୟା ମହାନ୍ତି ପିଲାଟି ଦିନରୁ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇପଡିଥିଲେ । ସେ ବିଭିନ୍ନ ସମୟରେ ସ୍କୁଲ ତଥା ଅନ୍ୟ ସଂସ୍ଥା ଗୁଡିକ ପକ୍ଷରୁ ଆୟୋଜିତ ବିଭିନ୍ନ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ଆସୁଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମୃଗନୟନୀ ଗ୍ରାମର ଅବସରପ୍ରାପ୍ତ ବରିଷ୍ଠ ଅର୍ଥସେବା ଅଧିକାରୀ ସ୍ୱର୍ଗତ କୃପାସିନ୍ଧୁ ମହାନ୍ତିଙ୍କ ନାତୁଣୀ ଅରାଧ୍ୟାଙ୍କ ପିତା ପ୍ରଦୀପ୍ତ କୁମାର ମହାନ୍ତି ଓଡିଶା ପାୱାର ଜେନେରେସନ କରପୋରେସନର ଅତିରିକ୍ତ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିବା ବେଳେ ମା ସୁଶ୍ମିତା ମହାନ୍ତି ଜଣେ ଗୃହିଣୀ ଅଟନ୍ତି । ୧୦ବର୍ଷ ବୟସର ଆରାଧ୍ୟା ଝାରସୁଗୁଡା ଜିଲ୍ଲା ସଡକ ସୁରକ୍ଷା ଅଭିଯାନ, ଗ୍ରୀନ ଏନର୍ଜୀ ରିଭୁଲେସନ, ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଗୁଡିକରେ ସଫଳତାର ସହ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି । ଜଣେ ମେଧାବୀ ଛାତ୍ରୀ ଭାବରେ ମଧ୍ୟ ଆରାଧ୍ୟାଙ୍କର ବେଶ ଆଦୃତି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ