ପରୀକ୍ଷା ପୁର୍ବରୁ ମିଳୁଛି ପ୍ରଶ୍ନପତ୍ରର ଉତ୍ତର

ହାଟଡିହି, (ବିକାଶ ବିଶ୍ୱାଳ):ମାଟ୍ରିକ ପରୀକ୍ଷା ପୁର୍ବରୁ ମିଳୁଛି ପ୍ରଶ୍ନପତ୍ରର ଉତ୍ତର, ଯାହାକୁ ନେବାପାଇଁ ପରୀକ୍ଷାର୍ଥô ମାନଙ୍କର ଭିଡ ଦେଖିବାକୁ ମିଳୁଛି ଜେରକ୍ସ ଦୋକାନ ମାନଙ୍କରେ । ପ୍ରଥମ ଦିନ ପରୀକ୍ଷାର ବହୁ ପୁର୍ବରୁ ଏହି ଉତ୍ତର ମିଳିଥିବାବେଳେ ପରୀକ୍ଷାର୍ଥô ମାନେ ଏହାକୁ ସନେ୍ଦହ କରିବା ସହିତ କିଛି ପରୀକ୍ଷାର୍ଥô ଏହି ଉତ୍ତର ପତ୍ରକୁ ନେଇଥିଲେ । ଯାହାକି ଶତ ପ୍ରତିଶତ ଠିକ ଥିଲା ବୋଲି ପରୀକ୍ଷା ପରେ ଜଣାପଡିଥିଲା । ସେଥିପାଇଁ ଆଜି ଏହି ଉତ୍ତର ପତ୍ର ପାଇବାପାଇଁ ପରୀକ୍ଷାଥିଙ୍କ ମଧ୍ୟରେ ପ୍ରତିଯୋଗୀତା ଲାଗିଥିଲା । ସେଥିପାଇଁ ଜେରକ୍ସ ଦୋକାନ ମାନଙ୍କରେ ଭିଡ ଦେଖିବାକୁ ମିଳିଥିଲା । ଏପରିକି ୨୦ ରୁ ୫୦ଟଙ୍କା ମଧ୍ୟରେ ଏହି ଉତ୍ତର ପତ୍ରର ଜେରକ୍ସ କପି ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି । ଆଜି ବାହାରେ ପ୍ରକାଶ ପାଇଥିବା ଉତ୍ତର ଖାତାରେ ୯୦ଭାଗ ପ୍ରଶ୍ନର ଉତ୍ତର ଠିକ ଥିବା ପରୀକ୍ଷାପରେ କିଛି ଛାତ୍ରଛାତ୍ରୀ କହିଛନ୍ତି ।ଆଜିର ସର୍ଟଟାଇପ ପ୍ରଶ୍ନର ଉତ୍ତର ୫୦ରୁ ୪୧ଟି ଠିକ ଥିଲା ବୋଲି କହିଛନ୍ତି । ଏ ସମ୍ପର୍କରେ କେତେକ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡଣ୍ଟ ମାନଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ କେବଳ ଶୁଣିବାକୁ ପାଇଛନ୍ତି, ଏହି ଉତ୍ତର ଖତା ଦେଖି ନାହାନ୍ତି ବୋଲି କହିଛନ୍ତି । ଆଉ କିଛି ଶିକ୍ଷକଙ୍କୁ ପଚାରିବାରେ ସେମାନେ କହିଛନ୍ତି ଯେ ସାରା ଓଡିଶାରେ ଏପରି ଚାଲୁଥିବା ଶୁଣିବାକୁ ମିଳୁଛି । ଯେହେତୁ ସମେଟିଭ-୧ ପରୀକ୍ଷା ସରିଯାଇଛି, ତେଣୁ ଏହାକୁ କେହି ଆନୁମାନିକ କରି ଉତ୍ତର ଖାତା କରିଥାଇ ପାରେ ବୋଲି ସେମାନେ କହିଛନ୍ତି । ଏପରି ଅଭିଯୋଗ ମିଳିବାପରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ପରୀକ୍ଷାକେନ୍ଦ୍ର ଠାରୁ ଦୁଇକିଲୋମିଟର ପରିଧି ମଧ୍ୟରେ ଥିବା ସମସ୍ତ ଜେରକ୍ସ କିମ୍ବା ଫଟୋକପି ଦେକାନ ଗୁଡିକୁ ଦିନ ୧୦ଟା ପରେ ଖୋଲିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ