ଓଡିଶା ଡ୍ରାଇଭର ମହାସଙ୍ଘର ଆହ୍ୱାନ କ୍ରମେ ଚିକିଟି ବ୍ଲକ ର ୧୦ ଦଫା ଦାବି ଆନ୍ଦୋଳନ ଡାକରା ଦିଆଯାଇଛି

ଚିକିଟି, (କୁରେସ ସାହୁ):ଆଜି ଚିକିଟି ବ୍ଲକର ଚିକିଟି ପେଣ୍ଠ, ଧାନଘର ଚକ, ପିତାତାଳି , ମାଉନ୍ଦପୁର ଓ ଚାନ୍ଦପୁର ଛକ ରେ ଶାନ୍ତି ଶୃଙ୍ଖଳାର ସହ ଧାରଣା ଦେଇଛନ୍ତି |ରାଜ୍ୟ ସରକାରଙ୍କ ପାଖରେ ୧୦ ଦଫା ଦାବି ପୂରଣ କରିବା ପାଇଁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି | ଆଜିର ଏହି ଆନ୍ଦୋଳନ ଫଳରେ ବସ, ଟ୍ରକ, ଯାତ୍ରୀବାହିଁ ଛୋଟ ଯାନବହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଆମ୍ବୁଲାନ୍ସ ,ସ୍କୁଲ ଯାନବାହନ, ପ୍ରସାସନ ଯାନବାହାନ ଚଳାଚଳ କରିଥିଲା | ଏଥିରେ ଚିକିଟି ବ୍ଲକ ଡ୍ରାଇଭର ସଂଘର ସଭାପତି ଙ୍କ ସମେତ ଗ୍ରାମାଞ୍ଚଳ ର ସମସ୍ତ ଡ୍ରାଇଭର ସାମିଲ ହୋଇଥିଲେ | ବସ ଚଲାଚଲ ବନ୍ଦ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହରକତ ହୋଇ ବସ ଷ୍ଟାଣ୍ଡ ଓ ସ୍ଥାନେ ସ୍ଥାନେ ଥିବା ଛକ ଗୁଡିକରେ ଦୀର୍ଘ ସମୟ ଧରି ଅପେକ୍ଷା କରି ନିଜ ବ୍ୟବସ୍ଥାରେ ଯାତ୍ରା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ