ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ସମାନ କାମକୁ ସମାନ ଦରମା ଏବଂ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦସ୍ଥାୟୀ ନିଯୁକ୍ତି ଦାବିରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଅକ୍ଟୋବର ୧୫ ତାରିଖରେ ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରି ସପୂର୍ଣ୍ଣ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ। କିନ୍ତୁ ଓଡ଼ିଶାରେ ଥିବା ଲକ୍ଷାଧିକ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ସରକାରଙ୍କ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନମାନଙ୍କରେ ଦୀର୍ଘବର୍ଷ ହେବ ମାସିକ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି। ଜଣେ ରେଗୁଲାର କର୍ମଚାରୀ ସମାନ କାର୍ଯ୍ୟ ତଥା ସମୟ ଦେଇ ମାସିକ ୫୦ରୁ ୬୦ ହଜାର ଟଙ୍କା ବେତନ ପାଉଥିବାବେଳେ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ମାସକୁ ୭ରୁ ୮ ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି। ଯାହାକି ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏପରିକି ବର୍ଷ ବର୍ଷ ଧରି କାର୍ଯ୍ୟକରୁଥିବା ଏହି କର୍ମଚାରୀମାନଙ୍କୁ ଅଧିକାରୀ ଚାହିଁଲେ ଅତି ସାଧାରଣ ଭାବରେ ଚାକିରିରୁ ବହିଷ୍କାର କରିଦେଉଛନ୍ତି। ତେଣୁ ସରକାର ଆଉଟସୋର୍ସିଙ୍ଗ ପ୍ରଥା ସପୂର୍ଣ୍ଣ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଏକ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି, ଉକ୍ତ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆସନ୍ତା ୨୫ ତାରିଖ ରେ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି,ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟି ସଭାପତି ବିଜୟ କୁମାର ମଲ୍ଲିକ, ସମ୍ପାଦକ ବିନାୟକ ପତି, ଉପସଭାପତି ଆର. ଶ୍ରୀନିବାସ, ଦେବାଶିଷ ନାୟକ, ମୂଳି ଯାନୀ, ଭୀମସେନ ପାତ୍ର, କେଶବ ବେହେରା, ମାମି ସାହୁ, ଶିବାନୀ ସେଠି, ଆର. ବିକ୍ରମ ରେଡ୍ଡୀ, ଶିବ ଗୌଡ଼, ପ୍ରଦୀପ ସାହୁ ଓ ଚିତ୍ତ ରଞ୍ଜନ ମହାଙ୍କୁଡ ଙ୍କ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ସୂଚନା ଯୋଗ୍ୟ ଯେ,ରାଜ୍ୟରେ ବିଭିନ୍ନ ବିଭାଗ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗତ ନଭେମ୍ବର ୨୬ ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର ବହୁଦିନ ର ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ସରକାର ଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନ କରି ଦିନ ଗଡ଼ାଇ ଚାଲିଛନ୍ତି I ଏହାକୁ ନେଇ ଆଉଟସୋର୍ସିଙ୍ଗ ମହାସଂଘ ପୁନଶ୍ଚ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବ Iଏନେଇ ବୁଧବାର ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ଭେଟି ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ