ଯାଗମଠକୁ ଗଜପତି ମହାରାଜଙ୍କ ଆଗମନକୁ ନେଇ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର କୈାଶଲ୍ୟାପଡିଆ ଯାଗମଠକୁ ଆଗାମୀ ଅପ୍ରେଲମାସ ୯ତାରିଖରେ ଗଜପତି ମହାରାଜଙ୍କ ଆଗମନକୁ ନେଇ ୨ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜଙ୍କୁ ସ୍ୱାଗତ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବା ସହିତ ସ୍ଥାନୀୟ ପରିଚାଳନା ସମିତିର ସଦସ୍ୟମାନେ ଶ୍ରୀ’ମାଙ୍କ ସହିତ ପ୍ରତ୍ୟେକ୍ଷ ଯୋଗସୁତ୍ର ସ୍ଥାପନ କରି ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମୀ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ବିଷଦ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ନିରଞ୍ଜନ ମେକାପ, ନୃସିଂହ ଚରଣ ତ୍ରିପାଠୀ, ହେମନ୍ତ ପ୍ରଧାନ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀବତ୍ସ କୁମାର ନାୟକ, ରୀତାଞ୍ଜଳି ନାଥ, ଶ୍ରୀଧର ରାଉତ, କାଳନ୍ଦୀ ଚରଣ ବେହେରା, ଅଶ୍ୱିନୀ କୁମାର ମିଶ୍ର, ଅଭିମନ୍ୟୁ ଗୋଛାୟତ, କମଳାକାନ୍ତ ଦାଶ, ଡଃ. କାଳୀପ୍ରସନ୍ନ ଶତପଥୀ, ଅମୁଲ୍ୟକାନ୍ତ ସାମନ୍ତରାୟ, ନୃସିଂହ ଦାସ, ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


