ମୃତ ସରକାରୀ କର୍ମଚାରୀଙ୍କ ଦାୟାଦମାନେ ସରକାରଙ୍କ ଥଇଥାନ ନିଯୁକ୍ତିରୁ ବଂଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୃତ ସରକାରୀ କର୍ମଚାରୀଙ୍କ ଦାୟାଦମାନେ ସରକାରଙ୍କ ଥଇଥାନ ନିଯୁକ୍ତିରୁ ଆଜି ବଞ୍ôଚତ । ନିଯୁକ୍ତି ପାଇବା ପାଇବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିିଦ୍ରାରେ । ନିଯୁକ୍ତି ପାଇବା ଆଶାରେ ମୃତ ସରକାରୀ କର୍ମଚାରୀଙ୍କ ପରିବାରର୍ଗ ମହାତ୍ମା ଗାନ୍ଧୀମାର୍ଗରେ ଆଜକୁ ୨୦ ଦିନ ଧରି ଧାରଣାରେ ବସିଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ମଧ୍ୟପ୍ରଦେଶ ରାଜ୍ୟ ଏବଂ ଅମିତ ଶ୍ରୀଭାସଙ୍କ କେସ୍ର ଶୁଣାଣି କରି ଗତ ତା ୨୯.୦୯.୨୦୨୦ରେ ରାୟରେ ସ୍ପଷ୍ଟ ଆଦେଶ କରିଥିଲେ ଯେ କୌଣସି ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ସମୟରେ ଯେଉଁ ଥଇଥାନ ନିଯୁକ୍ତି ନିୟମାବଳୀ ଥିବ ତାହା ବଳବତ୍ତର ରହିବ ଓ ସେହି ନୀତି ଅନୁସାରେ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ମଧ୍ୟରୁ ଜଣେ ନିଯୁକ୍ତି ପାଇବେ । ଏହାପରେ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟ ଏକ ୨ଜଣିଆ ଖଣ୍ଡପୀଠର ଏହି ମାମଲାରେ ଶିକ୍ଷା ବିଭାଗ ସଚିବ ପ୍ରାଇମେରୀ କର୍ଣ୍ଣାଟକ ଏବଂ ଭୀମପା ଆଲିଅସ୍ଭିମସା କେସ୍ର ଐତିହାସିକ ଶୁଣାଣି କରି ଗତ ତା ୧୬.୧୨.୨୦୨୧ ରାୟରେ ସ୍ପଷ୍ଟ କରିଥିଲେ ଯେକୌଣସି ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ସମୟରେ ଯେଉଁ ଥଇଥାନ ନିଯୁକ୍ତି ନିୟମାବଳୀ ଥିବ ତାହା ବଳବତ୍ତର ରହିବ । ତଦନୁଯାୟୀ ଓଡ଼ିଶାର ଚାରିଜଣ ମୃତ କର୍ମଚାରୀଙ୍କ ପୁଅ ବାପାଙ୍କ ମୃତ୍ୟୁ ବେଳେ ଯେଉଁ ନିୟମ ଥିଲା ସେହି ନିୟମରେ ଚାକିରୀ ପାଇସାରିଲେଣି । ମାତ୍ର ସେହି ୧୯୯୦ ପୁନଃ ଥଇଥାନ ନିଯୁକ୍ତିରେ ଚାକିରୀ ପାଇବାକୁ ହଜାର ହଜାର ଆଶାୟୀ ଅପେକ୍ଷା କରିଥିଲେ ମଧ୍ୟ ସରକାର ତାହା କାର୍ଯ୍ୟକାରୀ କରୁନାହାଁନ୍ତି । ବରଂ ପରବର୍ତ୍ତୀ ସମୟରେ ସରକାର ଆଣିଥିବା ନୀତି ୨୦୨୦ର ଆଳ ଦେଖାଇ ଆଶାୟୀମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଦାବିରୁ ବଞ୍ôଚତ କରାଯାଉଛି । କିନ୍ତୁ ନୂତନ ନିୟମ ୨୦୨୦ ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୧୯୯୦ ନୀତି ବଳବତ୍ତର ରହିଥିଲେ ସୁଦ୍ଧା ସେହି ପର୍ଯ୍ୟନ୍ତ ଯେଉଁ ମୃତ ସରକାରୀ କର୍ମଚାରୀମାନଙ୍କର ଦାୟାଦମାନଙ୍କ ଦରଖାସ୍ତକୁ ବିଚାରକୁ ନ ନେବାର କାରଣ କଣ ଏବଂ ସେମାନଙ୍କୁ ଚାକିରୀ ନଦେବାର କାରଣ କଣ? ସଂଘ ପକ୍ଷରୁ ସରକାରଙ୍କ ପ୍ରଶ୍ନ କରାଯାଇଛି ।ପୂର୍ବରୁ ଦୁଇଜଣ ସୁବାସ ଚନ୍ଦ୍ର ଖଟୁଆ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ କଟକଜିଲ୍ଲା ୱାଟର ରିସର୍ଚ୍ଚ ବିଭାଗରେ ପିଅନ ଭାବରେ ଚାକିରୀ ପାଇଛନ୍ତି ଏବଂ ଶ୍ରୀମଳୟାନନ୍ଦ ସେଠୀ ସୁନ୍ଦରଗଡ଼ ଜିଲ୍ଲା ଅବକାରୀ ବିଭାଗରେ କନିଷ୍ଠ କିରାଣୀ ଭାବେ ଚାକିରୀ ପାଇଛନ୍ତି । ଆହୁରି ଦୁଇଜଣ ବିରଜା ମହନ୍ତ କେଉଁଝର ଜିଲ୍ଲା ଶିକ୍ଷା ବିଭାଗରେ ଓ ଯୋଗେନ୍ଦ୍ର ସାହୁ ସମବାୟ ବ୍ୟାଙ୍କ ଭୁବନେଶ୍ୱରରେ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇ ଚାକିରୀ ପାଇଛନ୍ତି । କିନ୍ତୁ ବାକି ଥିବା ହଜାର ହଜାର ଆଶାୟୀଙ୍କୁ ସରକାର କାହିଁକି ବୈମାତୃକ ମନୋଭାବ ଦେଖାଇ ଥଇଥାନ କରୁନାହାନ୍ତି ବୋଲି ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର (ଓସେରା)ର ସାଧାରଣ ସମ୍ପାଦକ ସିମାଞ୍ଚଳ ମିଶ୍ର କହିଛନ୍ତି ।