ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୂତନ ଓଡ଼ିଶା ଗଠନର ପ୍ରକୃତ ବିନ୍ଧାଣି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଆଭାସୀ କୁଇଜ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ଓଡ଼ିଶାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ହେଲ୍ପମେଟ୍ ପକ୍ଷରୁ ଗତ ୧୬ ତାରିଖ ଦିନ ହୋଇଥିବା ପ୍ରତିଯୋଗିତାର ଫଳ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ନିବେଦିତା ଭଞ୍ଜ ଘୋଷଣା କରିଛନ୍ତି । ସେମାନେ ହେଲେ ଚିତ୍ରାଙ୍କନରେ ସେଣ୍ଟ ଯୋଶେଫର ଅଲଙ୍କିତା ପଟ୍ଟନାୟକ, ଡ଼ିଏଭି ଚନ୍ଦ୍ରଶେଖରପୁରର ଲାସ୍ୟା, ବି.ଜେ.ବି. ଇଂରାଜୀ ମାଧ୍ୟମିକ ସ୍କୁଲ୍ର ଅମ୍ରିତ କୁମାର ମହାନ୍ତି, ଅନନ୍ୟା ଅନ୍ୱେଷା ରାଉତ, ରୁଦ୍ରମାଧବ ପାତ୍ର ଓ ମଦର ପବି୍ଲକ ସ୍କୁଲ୍ର ରକ୍ଷିତା ମହାନ୍ତି । ସେହିପରି ବକ୍ତୃତାରେ ମଦର ପବ୍ଲିକ ସ୍କୁଲ୍ର ଶିବାଙ୍ଗି ମହାପାତ୍ର, କାର୍ମେଲ୍ ସ୍କୁଲ୍ର ସ୍ୱେତାଲିନ ସୁନ୍ଦରାୟ, ଏସ୍ଏସ୍ଭିଏମ୍ ନିଳାଦ୍ରି ବିହାରର ସ୍ୱସ୍ତିକ ରଣା, ପ୍ରଜ୍ଜ୍ୱଲ ଦାସ, ବିଜେଇଏମ୍ର ଶିଭାଙ୍ଗି ପଟ୍ଟନାୟକ, କ୍ଲାସମସ ସ୍କୁଲ ଓ ଡିଏଭି ପାରାଦ୍ୱୀପ ପୋର୍ଟର ସ୍ପନ୍ଦନ ତ୍ରିପାଠୀ ଏବଂ କୁଇଜରେ ପ୍ରଥମ ହୋଇଛନ୍ତି ୟୁନିଟ-୩ ଏସ୍ଏସ୍ଭିଏମ୍ ସ୍କୁଲ୍ର ଅନମୋଲ ରାଉତ, ଦ୍ୱିତୀୟ ସ୍ଥାନରେ ବିଜେଇଏମ୍ ସ୍କୁଲ୍ର ସ୍ୱୟମ ଦାସ, ବି ପୂର୍ବାଶା ଓ ତୃତୀୟ ସ୍ଥାନରେ ବିଜେଇଏମ୍ ସ୍କୁଲ୍ର ଆଞ୍ଜେଲ ଦେ ଓ ବୁଦ୍ଧ ମନ୍ଦିର ସ୍କୁଲ୍ର ଶୁଭମ୍ ତ୍ରିପାଠୀ ରହିଛନ୍ତି । ଏହି କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀରେ ଶ୍ରୀମତୀ ଦିପ୍ତୀମୟି ମିଶ୍ର, ଶ୍ରୀମତୀ ଗୀତାଞ୍ଜଳୀ ସ୍ୱାଇଁ, ଶ୍ରୀମତୀ ମମତା ମହାପାତ୍ର ଓ ଶ୍ରୀମତୀ ଲୀନା ମିଶ୍ର ଥିଲେ । ସଫଳ ପ୍ରତିଯୋଗୀମାନଙ୍କୁ ଆସନ୍ତା୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ବୁଦ୍ଧ ମନ୍ଦିର ସଭାଗୃହଠାରେ ସମ୍ବର୍ଦ୍ଧିତ କରାଯିବ ବୋଲି ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।


