ପୁସ୍ତକ-ଆଇ ଏବଂ ଅନକ୍ୟାରିରସ ପକ୍ଷରୁ ମେଗା କ୍ୟାରିଅର କାଉନସେଲିଂ ଓ ପୁସ୍ତକ ବଣ୍ଟନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ “ପୁସ୍ତକ-ଆଇ ଏବଂ ଅନକ୍ୟାରିରସ” ପକ୍ଷରୁ ଏକ ମେଗା କ୍ୟାରିଅର କାଉନସେଲିଂ ଓ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପୂର୍ବତନ ଛାତ୍ରସଂସଦ ସଭାପତି ତଥା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ପ୍ରାକ୍ତନ ଛାତ୍ର ଏବଂ ଉପାକର ମୁଖ୍ୟ ଶୁଭଙ୍କର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଆଇ.ଆଇ.ଟି.ର ପ୍ରଫେସର ସୈାମେନ୍ଦ୍ର ରାଣା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ୟାରିଅର ଗଠନ ଦିଗରେ ମାର୍ଗଦର୍ଶନ କରାଇ ବର୍ତ୍ତମାନ ଡାଟା ସାଇନ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ କୋର୍ସ ଏବଂ ଅନ୍ୟାନ୍ୟ ଦିଗରେ ଛାତ୍ରଛାତ୍ରୀମାନେ କ୍ୟାରିଅର କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ବହୁ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡଃ. ସଞ୍ଜୀବ କୁମାର ମହାନ୍ତି ଓ ରସାୟନ ବିଭାଗ ମୁଖ୍ୟ ପ୍ରଫେସର ଡଃ. ଦେବେନ୍ଦ୍ରନାଥ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଓପାକ ମୁଖ୍ୟ ଶ୍ରୀ ନାୟକ ଛାତ୍ରଛାତ୍ରୀମାନେ ବଡ଼ ସ୍ୱପ୍ନ ଦେଖିବା ସହ ବିଫଳତାର ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଓପାକ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ଓପାକ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ନିମନ୍ତେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦେଇଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଗହଣରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ଆଦୃତ ହୋଇଥିଲା । ଶେଷରେ ଅଧ୍ୟାପକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓପାକର ସ୍ୱେଛାସେବୀ ସୋନାଶିଷ ଜେନା, ସୈାମ୍ୟରଞ୍ଜନ ଦାସ, ଦେବୀପ୍ରସାଦ ପାତ୍ର, ଦେବଦାସ ମଜୁମଦାର, ସୁନିଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।