ଗଜପତିରେ ବିଶ୍ୱ ପ୍ରାଣୀ ଚିକିତ୍ସ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ -2023 ପାଳିତ ହୋଇଯାଇଛି. ଏନେଇ ଆଜି ସକାଳ 7 ଘଣ୍ଟା ସମୟରେ ପ୍ରାଣୀଧନଙ୍କ ସୁରକ୍ଷା ଓ ବିଭିନ୍ନ ଜନ ସଚେତନତା ପାଇଁ ଏକ ପଦଯାତ୍ରା ପାରଳା ରାଜ ପ୍ରାସାଦ ଠାରୁ ଆରମ୍ଭ କରି କଲେଜ ଛକ ପଯ୍ୟନ୍ତ ପରିକ୍ରମା କରିଥିଲା. ପରେ ସ୍ଥାନୀୟ ଜିଲ୍ଲା ପରିଷଦ ସମିଳନୀ କକ୍ଷ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୋହିତ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କାର୍ଯ୍ୟକ୍ରମର ସିଧା ପ୍ରସାରଣର ଗଜପତି ଜିଲ୍ଲାର ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ. ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ଗିରିଶ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନର ଉଦେଶ୍ୟ ଉପରେ ଆଲୋକପାତ କରିବା ସହ ପ୍ରାଣୀଧନଙ୍କ ସୁରକ୍ଷା ପାଇଁ ପ୍ରାଣୀ ଚିକିତ୍ସା ବିଭାଗୀୟ କର୍ମକର୍ତ୍ତାମାନେ ଚାଷୀ ଓ ହିତାଧିକାରୀମାନଙ୍କୁ ସମସ୍ତ ପ୍ରକାର ସଚେତନ କରିବା ସହ ଓ ଗୋ ସମ୍ପଦର ସୁରକ୍ଷା ପାଇଁ ପ୍ରତେକ ବ୍ୟକ୍ତି ଯତ୍ନବାନ ହେବେ ବୋଲି ଆୱାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ