ଡିପ୍ଲୋମା ଇଂଜିନିୟର ସଂଘର ସାଧାରଣ ସମ୍ପାଦକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହିି, (ବିକାଶ ବିଶ୍ୱାଳ):ବିଶିଷ୍ଟ କର୍ମଚାରୀ ନେତା ତଥା ଓଡିଶା ଡିପ୍ଲୋମା ଇଂଜିନିୟର ସଂଘର ଦୀର୍ଘଦିନ ଧରି ସାଧାରଣ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିବା ହାଟଡିହି ବ୍ଲକ ତରାଗାଡିଆ ଗ୍ରାମର ସହକାରୀ ନିର୍ବାହୀଯନ୍ତ୍ରୀ ନରେନ୍ଦ୍ର କୁମାର ନାୟକ ଓ ତାଙ୍କ ପତ୍ନୀ ଗୌରୀପ୍ରଭା ନାୟକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳର ସାଂସଦ ମହେଶ ସାହୁ, ଅଧିକ୍ଷଣ ଯନ୍ତ୍ରୀ ଇଂ ତପନ କୁମାର ପାଣିଗ୍ରାହୀ, ଇଂ ତ୍ରୀନାଥ ବେହେରା, ଇଂ ପୁର୍ଣ୍ଣଚନ୍ଦ୍ର ଦଳେଇ, ତଥା ପାଲଲହଡାର ପୁର୍ବତନ ଉପଜିଲ୍ଲାପାଳ ବାସୁଦେବ ସତପଥି ପ୍ରମୁଖ ଯୋଗଦେଇ ଇଠ ନରେନ୍ଦ୍ର କୁମାର ନାୟକଙ୍କ କର୍ମମୟ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହିତ ସେ ଜଣେ ଦକ୍ଷ ସଂଗଠକ ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏଥିରେ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଇଂ ଶ୍ରୀକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ଇଂ ଶ୍ରୀଧର ବାରିକ, ଉପଦେ୍ଦଷ୍ଟା ଇଂ ସଚିତ୍ର ମୋହନ ରାଉଳ, ଅତିରିକ୍ତ ସାଧାରଣ ସମ୍ପାଦକ ଇଂ ପ୍ରଭାତ କୁମାର ନାୟକ, ଭୁବନେଶ୍ୱର ଶାଖାର ସଭାପତି ଇଂ ଲାଲ ମୋହନ ବେହେରା, ଅର୍ଥ ସମ୍ପାଦକ ଇଂ ରେବତୀକାନ୍ତ କାନୁନଗୋ, ପୁର୍ବତନ ସଭାପତି ଇଂ ନିର୍ମଳ ଚନ୍ଦ୍ର ସ୍ୱାଇଁ, ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ନିର୍ମଳ କୁମାର ନାୟକ, ଇଂ ଶରତ ଚନ୍ଦ୍ର କର, ଇଂ ଗିରିଶ ଚନ୍ଦ୍ର ଦାସ, ଇଂ ଅଶୋକ ବିଶ୍ୱାଳ, ଇଂ ମଙ୍ଗୁଳି ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସର;ରେ ତାଙ୍କ ପରିବାର ପକ୍ଷରୁ ତାଙ୍କ କାର୍ଯ୍ୟାବଳୀକୁ ନେଇ ଏକ ବୃତଚିତ୍ର ପ୍ରଦର୍ଶର୍ତ ହୋଇଥିଲା । ସରକାରୀ ଜୀବନରେ ସେ ଯେପରି କର୍ମଠ, ସ୍ୱଚ୍ଛ ମିଷ୍ଠଭାଷୀ ଭାବେ ସମସ୍ତଙ୍କ ପ୍ରୀୟଭାଜନ ହୋଇପାରିଥିଲେ । ସଂଘୀୟ ଜୀବନରେ ମଧ୍ୟ ସେ ୧୫ବର୍ଷ ଧରି ରାଜ୍ୟର ଆଠ ହଜାର ଇଂଜିନିୟର ମାନଙ୍କର ପ୍ରତିନିଧି ଭାବେ ସମସ୍ତଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କରିଚାଲିଥିଲେ । ସେ ଅଖିଳ ଭାରତ ଡିପ୍ଲୋମା ଇଂଜିନିୟର ମହାସଂଘ ସହିତ ଜଡିତ ରହି ମହାସଂଘ ପକ୍ଷରୁ ପ୍ରକାଶ ପାଉଥିବା ମାସିକ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।


