ଏସସିବିରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଓ ଆଇନମନ୍ତ୍ରୀ

କଟକ, (ଓ୍ବାଇଏନଏସ) : ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ ଅସୁସ୍ଥତା ହେତୁ ଗତ ଶୁକ୍ରବାର ଏସସିବି ମେଡ଼ିକାଲର ନିଉ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ମେଡ଼ିକାଲର ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଚିକିତ୍ସା ଅନୁଯାୟୀ ହେମୋଗ୍ଲୋବିନ, ଆଇରନ ଏବଂ ଭିଟାମିନର ପରିମାଣର ମାତ୍ରା କମିଯିବା ଦ୍ଵାରା ଶରୀର ଦୁର୍ବଳ ହୋଇପଡ଼ିଛି । ଯାହାଫଳରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଆଜି ଶରୀରରେ ରକ୍ତ ଦିଆଯାଉଛି । ଏସସିବିରେ ପୂର୍ବତନ ବିଧାୟକଙ୍କ ଚିକିତ୍ସାଧୀନ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲେଫୋନ ମାଧ୍ୟମରେ ତାଙ୍କ ପୁତ୍ର ବିଧାୟକ ସୌଭିକ ବିଶ୍ୱାଳଙ୍କ ସହିତ କଥା ହେବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ପ୍ରଭାତଙ୍କୁ ଭେଟିବା ଲାଗି ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର, କଟକ ମେୟର ସୁଭାଷ ସିଂ, ବିଜେଡ଼ି ବରିଷ୍ଠ ନେତ୍ରୀ ସ୍ମୃତି ପଟ୍ଟନାୟକ, ପୂର୍ବତନ ବିଜେଡ଼ି ନଗର ସଭାପତି ମଧୁସୂଦନ ସାହୁ, ବିଜେପିର ବରିଷ୍ଠ ନେତା ଶ୍ରୀତମ ଦାସ, ଟେଟ୍ରା ହାଇଡ୍ରୋନ କଲେଜର ଅଧକ୍ଷ ତ୍ରିଦେବ ବେହେରା ଓ ଗତ କାଲି ସନ୍ଧ୍ୟାରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏସସିବି ମେଡିକାଲକୁ ଆସି ପ୍ରଭାତଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେହିପରି ଆଜି ସନ୍ଧ୍ୟାରେ ବିଜେପି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଓ ମନ ମୋହନ ସାମଲ ମଧ୍ୟ ପ୍ରଭାତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ। ପ୍ରଭାତଙ୍କ ଅସୁସ୍ଥ ଖବର ଶୁଣି କଟକ ଏସସିବି ମେଡ଼ିକାଲକୁ ବହୁ ରାଜନେତା, କର୍ପୋରେଟଙ୍କ ସମେତ ବହୁ ଶୁଭେଚ୍ଛୁଙ୍କ ମେଡିକାଲକୁ ଶୁହ ଛୁଟୁଥିବା ସହ ତାଙ୍କୁ ସାକ୍ଷାତ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ଆହୁରି ଦୁଇ ରୁ ତିନିଦିନ ରହିବାକୁ ପଡିପାରେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ