ରକ୍ତ ପ୍ରବାହରୁ ହେବ ବିଦ୍ୟୁତ୍ ଉତ୍ପନ୍ନ

ସଂପ୍ରତି ବୈଜ୍ଞାନିକମାନେ ରକ୍ତପ୍ରବାହରୁ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି । ଏଥିପାଇଁ ସେମାନେ ଏକ ହାଲୁକା ଜେନେରେଟର ବ୍ୟବହାର କରିଛନ୍ତି, ଯାହାକି ରକ୍ତ ପ୍ରବାହରୁ ବିଦ୍ୟୁତ୍ ଉପନ୍ନ କରିବ । ଆଗରୁ ଆମେ ଜାଣିଛେ, ପାଣି, ପବନ, ଜୁଆର ଆଦିରୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ ବୋଲି । ଏବେ ରକ୍ତ ପ୍ରବାହ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ହେବା ଦ୍ୱାରା ମଣିଷର ବିଦ୍ୟୁତ୍ ଅଭାବ ପୂରଣ ହୋଇପାରିବ ବୋଲି ଚୀନ୍‌ର ଫୁଦାନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି । ଏଥିପାଇଁ ଗବେଷକମାନେ ଏକ ମିଲିମିଟର ମୋଟେଇ ଏକ ପତଳା ଫାଇବର ପ୍ରସ୍ତୁତ କରିଛନ୍ତି । ଏହାକୁ ପତଳା ଟ୍ୟୁବ୍ ବା ରକ୍ତବାହୀ ନଳୀରେ ରଖିଲେ ସହଜରେ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ