ବିଭିନ୍ନ ଦାବିନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଅମଲା ସଂଘ

ହାଟଡିହିି, (ବିକାଶ ବିଶ୍ୱାଳ):ବିଭିନ୍ନ ଦାବିନେଇ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଆଜି ହାଟଡିହି ବ୍ଲକ ଶିକ୍ଷା ଅôଦକାରୀ, ବିଡିଓ, ତହସିଲଦାର ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଛି ଅମଲା ସଂଘ । ସେମାନଙ୍କ ଦାବି ଯେ ଗତ କିଛିମାସ ତଳେ ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲେ ବି ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଅମଲା ମାନଙ୍କ ଦାବି ଗୁଡିକ ପ୍ରତି କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ଏବେ ରାଜ୍ୟର ମିଳିତ ଅମଲା ମଞ୍ଚପକ୍ଷରୁ ପୁନର୍ବାର ସ୍ମାରକପତ୍ର ଦିଆଯାଇ ଦାବି ଗୁଡିକ ପୁରଣ କରିବାପାଇଁ ସରକାରଙ୍କୁ ନିୋବଦନ କରିଛନ୍ତି । ଯଦି ସରକାର ଏନେଇ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆସନ୍ତା ଜୁନମାସ ପହିଲାରୁ ସମସ୍ତ ଅମଲାମାନେ ସାମୁହିକ ଛୁଟି ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ସଂଘର ଆବାହକ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ୱରେ ବିଧୁ ଭୂଷଣ ସା, ଧର୍ମାଧି ସାହୁ, ନରେନ୍ଦ୍ର ପ୍ରସାଦ ଜେନା, ଗୋପାଳକୃଷ୍ଣ ପାତ୍ର, ଲିଙ୍ଗରାଜ ଜେନା, ନିର୍ମଳ କୁମାର ଦାସ, ନିମାଇଁ ଚରଣ ଜେନା, ଅକ୍ଷୟ କୁମାର ଦାସ, ନିଳାଦ୍ରୀ ବିହାରୀ ରାଉତ, ପ୍ରଦୀପ କୁମାର ସାହୁ, ଜଗନ୍ନାଥ ନାୟକ, ମାନସ କୁମାର ସାହୁ, ପ୍ରତାପ କୁମାର ବୈଠା, ହରେକୃଷ୍ଣ ପ୍ରଧାନ, ଏସ.ପ୍ରତିକ ଆନନ୍ଦ ପ୍ରମୁଖ ସଦସ୍ୟମାନେ ହାଟଡିହି ବ୍ଲକ ଶିକ୍ଷା ଅôଦକାରୀଭ୍‌କ କାର୍ଯ୍ୟାଳୟରେ ବିଇଓ ଧନେଶ୍ୱର ଖଣ୍ଡେଇ, ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବୀନିତା ବିଜୟିନୀ, ତହସିଲଦାର ନରେନ୍ଦ୍ର କୁମାର ସେଠୀ, ସିଡିପିଓ ସରସ୍ୱତୀ ସେଠୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ