କେସିଙ୍ଗା ରେ ଚାଲିଛି ବାଲି ମାଫିଆଙ୍କ ଆତଙ୍କ ଅଭିଯୋଗ କଲେ ପୋଲିସ ଲଗାଇ ଦମନ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ତେଲ ନଦୀ ମହଦା ଘାଟ ରୁ ତହସିଲ ବିଭାଗ ର ଜ୍ଞାତ ସାରରେ ଦିନ ରାତି ଚାଲିଛି ବାଲି ଚୋରା ଚାଲାଣ। ବାଲି ମାଫିଆ ନିଜକୁ ଜଣେ ଶାସକ ଦଳର ଲୋକ ଓ ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ନାଁ ନେଇ ସମୟ କ୍ରମେ ରାଜନୈତିକ ବଳ ପ୍ରୟୋଗ କରି ବେଆଇନ ଭାବେ ହଜାର ହଜାର ହାଇବା ବାଲି ଚୋରା ଚାଲାଣ କରୁଛି ଏବଂ ପ୍ରଶାସନ ନିରବଦ୍ରସ୍ଥା ସାଜିଛି। ସୂଚନା ମତେ କେସିଙ୍ଗା ସହରରୁ ୨କି. ମି ଦୂରରେ ତେଲ ନଦୀ ଅବସ୍ଥିତି ନଦୀର ଗୋଟିଏ ପାର୍ଶ୍ୱ କେସିଙ୍ଗା ତହସିଲ ବିଭାଗ ରେ ଆସୁଥିବା ବେଳେ ଅପର ପାର୍ଶ୍ୱ ୨୦କି.ମି ଦୂର ଟିଟିଲାଗଡ଼ ତହସିଲ ବିଭାଗ ରେ ଆସୁଅଛି । ସୀମାନ୍ତ ଅଞ୍ଚଳ ଓ ନିଜର ରାଜନୈତିକ ପତିଆର ର ଫାଇଦା ଉଠାଇ ରଜତ କୁମାର ପାତ୍ର ନାମକ ଜୈନେକ ବ୍ୟକ୍ତି ଙ୍କୁ ୩୯୮ ଟଙ୍କା କ୍ୟୁବିକ ମିଟର ରେ ୫୦୦୦ କ୍ୟୁବିକ ମିଟର ବାଲି ଉଠାଣ ୫ବର୍ଷ ପାଇଁ ଲିଜ ରେ ଦିଆଯାଇଛି। ହେଲେ ବାଲି ଉଠାଣ ଦିନଠାରୁ ବିଭିନ୍ନ ଜରିଆରେ ଜାଲିଆତି କରି ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ୨୫ହଜାର ରୁ ଅଧିକ କ୍ୟୁବିକ ମିଟର ବାଲି ଉଠାଇଥିବା ଅଭିଯୋଗ ହେଉଛି। ଏନେଇ ଟିଟିଲାଗଡ଼ ତହସିଲଦାର ଓ ଉପ ଜିଲ୍ଲାପାଳ ଙ୍କୁ ଅନେକ ବ୍ୟକ୍ତି ବିଶେଷ ଓ ସଂଗଠନ ଦ୍ୱାରା ବିନା ଟ୍ରାଞ୍ଜିଟ ପାସ ଓ ଟ୍ରାଞ୍ଜିଟ ପାସ ରେ ଜାଲିଆତି କରି ଦୈନିକ ଶହ ଶହ ହାଇବା ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ କରି ତୁରନ୍ତ ତାର ଲିଜ ପ୍ଲଟ କୁ ଚିନ୍ନିତ କରାଯାଉ କେତେ ବାଲି ଉଠିଛି ତାର ଏସେସମେଣ୍ଟ କରାଯାଉ ବୋଲି ଲିଖିତ ଅଭିଯୋଗ କରିଥିଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନା ଏସେସମେଣ୍ଟ ହୋଇଛି ନା ପ୍ଲଟ ନଂ ଚିନ୍ନିତ କରାଯାଇଛି ବରଂ ଅଭିଯୋଗ କରିଥିବା କିଛି ଟ୍ରାକ୍ଟର ମାଲିକଙ୍କୁ ବିଭିନ୍ନ ସଙ୍ଗିନ ଦଫା ଲଗେଇ ପୁଲିସ କେଶ ରେ ଛନ୍ଦି ଦିଆଯାଇଛି। ଏନେଇ ଟିଟିଲାଗଡ଼ ତହସିଲଦାର ଲଳିତ ବାଗ ଙ୍କୁ ଦୁଇମାସ ତଳେ ଲୋକେ ଅଭିଯୋଗ କରିଥିଲେ ଏସେସମେଣ୍ଟ ପାଇଁ ଓ ସାଧାରଣତଃ ୩୫ଟଙ୍କା କ୍ୟୁବିକ ମିଟର ବାଲି ମୂଲ୍ୟ ଥିବା ବେଳେ ଏତେ ଚଢ଼ା ଦରରେ ନେଇ କାହିଁକି ଶସ୍ତା ରେ ବାଲି ବିକ୍ରୟ ହେଉଛି ବୋଲି ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ ମୁଁ ଦେଢ଼ ମାସ ହେଲା ଆସିଛି ମାଇନିଂ ବିଭାଗ କୁ ଏସେସମେଣ୍ଟ ପାଇଁ ଚିଠି ଲେଖିଛୁ ବୋଲି ପ୍ରକାଶ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ଏବଂ ଯେଉଁ ତହସିଲ ବିଭାଗ ଠିକ ଭାବରେ ତଦାରଖ କରିବାର ଦାଇତ୍ୱ ରହିଛି ସେହି ବିଭାଗ ଚୋରି ରୋକିବା ବଦଳ ରେ ଜୀ ହଜୁରୀ କରି ଲୋକ ଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।