ଦ୍ୱିତୀୟ ଦିନରେ ୫ଟି ସଚିବ ଭିକାର୍ତ୍ତିକେୟନ ପାଣ୍ଡିଆନଙ୍କ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଦ୍ୱିତୀୟ ଦିନରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପଣ୍ଡିଆନ ସକାଳେ ଜିରାଙ୍ଗ ସ୍ଥିତ ଏସିଆର ଦ୍ୱିତୀୟ ବୃହତମ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ବୁଦ୍ଧ ଧର୍ମାଲମ୍ବୀ ଙ୍କ ସହ ଆଲୋଚନା କରିଥିଲେ।ଏହା ପରେ ସ୍ଥାନୀୟ ମନ୍ଦିର ପରିସର ମଧ୍ୟରେ ଜଳଖିଆ ଖାଇସାରିବା ପରେ ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଂଚାୟତରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଭିତ୍ତିଭୂମି ସହ ଟନେଲ କାର୍ଯ୍ୟ ପରିଦର୍ଶନ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।ଆଲୋଚନା ସମୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଅଶ୍ୱିନ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ନିର୍ବାହୀ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଙ୍କ ସମେତ ବିଭାଗର ଯନ୍ତ୍ରୀ, କର୍ମଚାରୀ, ଠିକା ସଂସ୍ଥାର ଅଧିକାରୀ, ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ରେ ସ୍ତାନୀୟ ଜନସାଧାରଣ ଙ୍କ ସହ ପ୍ରକଳ୍ପ ଏବଂ ନିଜ ନିଜର ସୁବିଧା ଅସୁବିଧା ସମାର୍କରେ ଆଲୋଚନା କରି ଗଜପତି ଜିଲାର ଗୁମ୍ମା ବ୍ଲକ ଅବିମୁଖେ ଯାତ୍ରା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ