ଗଜପତିରେ ସାବିତ୍ରୀ ବ୍ରତ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଅଟେ. ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଷଣୀ, କାଶୀ ନଗର ଓ ଗୁମ୍ମା ଆଦି ଗଜପତି ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ଅଞ୍ଚଳରେ ସାବିତ୍ରୀ ବ୍ରତକୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରାଯାଇଥିଲା. ସଧବା ମହିଳାମାନେ ଆଜି ଭୋରରୁ ଉଠି ଶ୍ନାନ ଶୌଚ କରିବା ପରେ ନୂତନ ବସ୍ତ୍ର, ନୂତନ ଶଙ୍ଖା, ସିନ୍ଦୁର, ଅଳତା ଆଦିରେ ସଜିତ ହୋଇ ମା ସାବିତ୍ରୀଙ୍କୁ ଘରେ ଘରେ ପୂଜା ଅର୍ଚ୍ଚନା କରି ବ୍ରତ ପାଳନ କରିଥିଲେ. କେତେକଂଶରେ ମହିଳାମାନେ କେତେକ ମନ୍ଦିରରେ ଏକତ୍ରିତ ହୋଇ ଜଗତର କଲ୍ୟାଣ ସମେତ ନିଜ ପରିବାରର ହିତ ଓ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଉପବାସରେ ରହି ମହାସାବିତ୍ରୀଙ୍କୁ ପୂଜା ଅର୍ଚ୍ଚନା କରିଥିବା ଲକ୍ଷ୍ୟ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ