ପାରଳା ମହାରାଜାଙ୍କ ୫୦ତମ ତିରୋଧାନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପୂର୍ବାହ୍ନରେ ପାରଳା ମହାରାଜା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତିଙ୍କ ୫୦ତମ ତିରୋଧାନ ଦିବସ ଉତ୍କଳ ହିତୈଷିଣୀ ସମାଜ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇସାରିଛି। ସକାଳେ ବଜାର ଛକ ନିକଟରେ ଥିବା ମହାରାଜଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟର୍ପଣ ପରେ ରାଜାଙ୍କ ସମାଧିପୀଠରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୧୦.୩୦ରେ, ମୁଖ୍ୟ ଅତିଥି ପ୍ରଫେସର ମେଜର ରମା ରମଣ ପାଢୀ, ବିଶିଷ୍ଟ ଅତିଥି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ବିରେନ୍ଦ୍ର କୁମାର ଦାସ,ମୁଖ୍ୟ ବକ୍ତା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମାହାପତ୍ର,ସମ୍ମାନିତ ବକ୍ତା ସମ୍ମାନିତ ବକ୍ତା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ,ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପାରଳଖେମୁଣ୍ଡି ମହାରାଜା ଥିଲେ ଜଣେ ମହାନ୍ କ୍ରାନ୍ତିକାରୀ ବ୍ୟକ୍ତିତ୍ଵ।ଓଡ଼ିଶା ପ୍ରଦେଶ ଗଠନରେ ମହାରାଜଙ୍କ ନିୟମ ,ନିଷ୍ଠାର ପଟାନ୍ତାର ନାହିଁ କହିଥିଲେ ତାଙ୍କର ପଥ ଅନୁକରଣ କଲେ ଆମେ ମଧ୍ୟ ଆମ ଭାଷା, ସାହିତ୍ୟ,ସଂସ୍କୃତିର ପ୍ରକୃତ ସୁରକ୍ଷା ଦେଇ ପାରିବା କହିଥିଲେ।ଏହି ଶୁଭ ପୂଜ୍ୟ ପୂଜା ପାଳନ ଅବସରରେ ଦୁଇଜଣଙ୍କୁ ସମ୍ବର୍ଥାନା ମାନପତ୍ର ଉପଢୌକନ ପ୍ରଦାନ କରାଯାଇଥିଲା।ବିଶିଷ୍ଟ ସାହିତ୍ୟିକ ଭାବେ ରମା ରମଣ ପାଢ଼ୀ, ଶ୍ରେଷ୍ଟ୍ ଛାତ୍ର ଭାବେ ମିଟୁ ମହାପାତ୍ରଙ୍କୁ ଦିଆଯାଇଥିଲା ମିଟୁ ମହାପାତ୍ର ଜଣେ ଓଡ଼ିଆ ଛାତ୍ର ଭାବେ ଏହି ଶିକ୍ଷା ବର୍ଷରେ ଆନ୍ଧ୍ର ପ୍ରଦେଶରେ ପ୍ରଥମ ହେବାର ସୁଯୋଗ ପାଇ ଥିଲା। ଆର୍ତ୍ତତ୍ରାଣ ଚଇନି ସ୍ଵାଗତ ସମ୍ଭାଷଣ ଦେବାବେଳେ ତ୍ରି ପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ