ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ଆଇନ୍ କାହା ପାଇ ?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦିନ ପରେ ଦିନ ରାଜ୍ଯ ବାହାରୁ ଆସି କିଛି ପାରିବାର ଛୋଟ ଛୋଟ ପିଲାଙ୍କୁ ଧରି ପାରଳାଖେମୁଣ୍ଡି ସହର ଭିଭିନ୍ନ ଜନ ଗହଳି ରାସ୍ତା କଡରେ ଭିକ ମାଗିବା ଦେଖିବାକୁ ମିଳୁଛି। ଏଠି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ମାଳ ମାଳ ଯୋଜନା ରହିଛି ଦେଶରୁ ଗରୀବି ହଟିବା ପାଇ ହେଲେ କେଉ କାରଣରୁ ବାହାର ରାଜ୍ୟର ଲୋକ ଆସି ଆମ ଅଞ୍ଚଳରେ ଭିକ ମାଗି ପେଟ ପସୁଛନ୍ତି ତାହା ସ୍ଥାନୀୟ ଜନସାଧାରଣଙ୍କ ମନରେ ଚିନ୍ତାର ବିଷୟ ପାଲିଟିଛି ? ଛୋଟ ଛୋଟ ପିଲା ଭିକ ମାଗି ବୁଲୁଥିବା ବେଳେ କାହିକି ଚାଇଲ୍ଡ ଲାଇନ ବିଭାଗର ଅଧିକାରୀ ଭିକ ମାଗୁଥିବା ଶିଶୁମାନଙ୍କୁ ଉଦ୍ଧାର କରୁନାହାନ୍ତି ?ଗଜପତି ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଅଛି ତଥାପି କେମିତି ଜିଲ୍ଲା ଶିଶୁ ସୁରକ୍ଷା କର୍ମୀ ଜାଣି ପାରୁନାହାନ୍ତି ? ଏହା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟର ଅଧିକାରୀଙ୍କ ଦାୟିତ୍ବହୀନତା ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି । ଆମ ଦେଶରେ ନୂତନ ଶିକ୍ଷାନିତି ଆଇନିରେ ପିଲାମାନେ ପାଠ ପଢିବା ପାଇଁ ବିଭିନ୍ନ ପ୍ରକାରର ନିୟମ ଥିବା ସହ ଛଅ ରୁ ଚଉଦ ବର୍ଷର ପିଲାମାନଙ୍କ ପାଇ ବାଧ୍ୟତା ମୂଳକ ଶିକ୍ଷା ନିୟମ ଥିଲା ବେଳେ କାହିକି ଶିକ୍ଷା ଗ୍ରହଣ କରିବା ଅଧିକାରରୁ ଏହି ଭିକ ମାଗୁଥିବା ଛୋଟ ଛୋଟ ଶିଶୁମାନଙ୍କୁ ବଞ୍ଚିତ କରାଯାଉଛି ? ଆଗକୁ କେବଳ ଦେଖିବାକୁ ବାକି ରହିବ କେବେ ବିଭାଗୀୟ ଅଧିକାରୀଙ୍କ ନଜର ଏ ପିଲା ମାନଙ୍କ ଉପରେ ପଡ଼ିବ।


