ଇହଧାମ ତ୍ୟାଗ କଲେ କଂଗ୍ରେସ ନେତା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁରର ବର୍ଷିୟାନ କଂଗ୍ରେସ ନେତା, ପୂର୍ବତନ କାକଟପୁର ବ୍ଲକ କଂଗ୍ରେସ ସଭାପତି,ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଆଜୀବନ ସଦସ୍ୟ, ବାଗ୍ମୀ ତଥା ଅଞ୍ଚଳର ପ୍ରଚଣ୍ଡ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଶ୍ରୀ ଖୁଣ୍ଟିଆ ସପରିବାର ଯାଇଥିଲେ ପୁରୀ।ସେ ଜନ୍ମବେଦୀରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ନବମୀ ଦର୍ଶନ ସାରି ଫେରିବା ବେଳେ ନାକଚଣା ଦ୍ୱାର ପାଖରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟଳିପଡିଥିଲେ l ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଙ୍ଗେ ସଙ୍ଗେ ନିଆଯାଇଥିଲା l ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତାଙ୍କ ମୃତ ଖବର ପ୍ରଚାରିତ ହେବାପରେ ବହୁ ମାନଗଣ୍ୟ ବ୍ୟକ୍ତି ଓ ନିକଟ ସମ୍ପର୍କୀୟଙ୍କ ପୁରୀକୁ ସୁଅ ଛୁଟିଥିଲା l ତାଙ୍କ ନିଜ ଗ୍ରାମ ନୀଳକଣ୍ଠପୁର ଓ କାକଟପୁର ରେ ଗଭୀର ଶୋକ ଖେଳିଯାଇଥିଲା l ସ୍ବର୍ଗତ ଖୁଣ୍ଟିଆ ଜଣେ ଅମାୟିକ, ବନ୍ଧୁବତ୍ସଳ, ପରୋପକାରୀ ଓ ରାଜନୈତିକ ଗୁରୁଭାବେ ଅଞ୍ଚଳରେ ବେଶ ଖ୍ୟାତିଅର୍ଜନ କରିଥିଲେ l ତାଙ୍କ ମୃତ୍ୟୁ ଖବର ପାଇ କ୍ରୀଡା, ଯୁବାବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବାସହିତ ପରିବାରକୁ ସମବେଦନା ଜଣାଇଛନ୍ତି l ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ଯେ ଏମିତି ଆସେ ତାହା ହିଁ ଏବେ ସମଗ୍ର କାକଟପୁର ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ